ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନୟାପଲ୍ଲୀ ମୁଣ୍ଡା ସାହିରୁ ଜନୈକ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।ତାଙ୍କୁ କେହି ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି । ଖବର ପାଇ ନୟାପଲ୍ଲୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି । ମୃତ ମହିଳା ଜଣଙ୍କର ନାମ ଝିଲି ବୋଲି ଜଣାପଡିଛି । ଏହା ଆତ୍ମ ହତ୍ୟା କି ହତ୍ୟା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ପୁଲିସ କହିଛି ।
ଅନ୍ୟପଟରେ ପାରିପାଶ୍ୱିର୍କ ସ୍ଥିତି ଓ ମହିଳାଙ୍କ ବେକରେ ଏକ ଗାମୁଛା ଗୁଡା ଯାଇଥିବା ଓ ତାଙ୍କ ଶରୀରରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳୁଛି । ଏଥିରୁ ତାଙ୍କୁ କେହି ହତ୍ୟା କରିଥିବା ପୁଲିସ ଅନୁମାନ କରୁଛି । ପୁଲିସ ଏହି ଘଟଣାର ତଦନ୍ତ ଚଳାଇଛି । ମୃତ ମହିଳାଙ୍କ ସ୍ୱାମୀ ଏଯାବତ ଫେରାର ଥିବା ପୁଲିସ ଶୁତ୍ରରୁ ଜଣାପଡିଛି । ତାଙ୍କୁ ଧରିବା ପାଇଁ ପୁଲିସ ଚଢାଉ ଜାରି ରଖିଛି ।