କେରାପୁଟ,(ଏଟିଆର ବ୍ୟୁରୋ): ଭବାନିପାଟଣା ସହର ନିକଟସ୍ଥ କଲେଜ ଛକ ପିପଲନଳାଠାରେ ରେଟ୍ ଜଳସେଚନ ପ୍ରକଳ୍ପ ସରକାରୀ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ସରକାରୀ ଯନ୍ତ୍ରୀଙ୍କ ନାମ ତପନ ନାୟକ, ବୟସ ୨୦ବର୍ଷ ଓ ଘର ବାରିପଦାରେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ରେଟ୍ ଜଳସେଚନ ପ୍ରକଳ୍ପ ସରକାରୀ ଯନ୍ତ୍ରୀ ତପନ ନାୟକଙ୍କ ଘର ବାରିପଦାରେ ଥିବା ବେଳେ ସେ ଖରିଆ ଡିଭିଜନ୍ରେ କାର୍ଯ୍ୟରତ ଥିଲେ। ଗତକାଲି ରାତିରେ ମାଣିକେଶ୍ୱରି ହାଇସ୍କୁଲ ନିକଟରେ ଥିବା ହୋଟେଲରେ ତପନ ତାଙ୍କର ପିଅନ ସହିତ ମଦପାନ କରିଥିଲେ। ଏହାପରେ ଶୌଚ ହେବାକୁ ପାଖ ପଡ଼ିଆକୁ ଯାଇଥିଲେ।
କିଛି ସମୟ ପରେ ସେ ନଫେରିବାକୁ ତାଙ୍କ ପିଅନ ଯାଇ ଦେଖିଲା ବେଳକୁ ଶୌଚ ଅବସ୍ଥାରେ ତାଙ୍କ ମୃତଦେହ ପଡ଼ିଥିଲା। ଏହାପରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସରକାରୀ ଯନ୍ତ୍ରୀଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ଶୌଚ ହେବାକୁ ଯାଇଥିବା ସମୟରେ ତପନ ନାୟକଙ୍କ ମୃତ୍ୟୁ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅନ୍ୟ ପଟେ ଏକ ୬ ବର୍ଷ ର୍ ପୁଅ ଆଲୋକ ବାଗ ଗତକାଲି ସ୍କୁଲ ଛୁଟି ପରେ ପ୍ରାୟ 5 ଟା ପାଖା ପାଖି ନିକଟରେ ଥିବା ମୁରାଜି ଜୋର କୁ ଗାଧୋଇବାକୁ ଯାଇ ନଦୀରେ ଭାସି ଯାଇଥିଲା ।
ଡାକିବାଣ୍ଡେଲ ଗ୍ରାମବାସୀ ଆଲୋକ ର ମୃତ ଦେହକୁ ଦେଖି ଆଲୋକ ର ବାପା ସୁରୁବାଗ କୁ ଖବର ଦେଇଥିଲେ। ଖବର ପାଇ ବାପା ସୁରୁ ବାଗ ପୁଅକୁ ପାଣି ରୁ କାଢିଆଣି ଭାବଣିପାଟଣା ଡାକ୍ତରଖାନା କୁ ଆଣି ଥିଲେ।
Reporter-Satyabrata Bagarty