ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ନଜରକୁ ଆସିଛି ଭେଜାଲ ସାଲାଇନ । ନିରାମୟକୁ ଯୋଗାଣ ଲାଗି ଆସିଥିବା ସାଲାଇନ ନିମ୍ନମାନର । ଏଭଳି ସଂଗିନ ଘଟଣା ସାମ୍ନାକୁ ଆସିବା ପରେ ଏବେ ଆକ୍ଟିଭ ମୋଡରେ ରାଜ୍ୟ ସରକାର । କାହିଁକି ଓ କିପରି ସାଲାଇନ ଭେଜାଲ ହେଉଛି ସେନେଇ ଆରମ୍ଭ ହୋଇଛି ତନାଘନା ।
କେବଳ ଏତିକି ନୁହେଁ ସାଲାଇନ ଯୋଗାଉଥିବା କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବା ଜଣାପଡିଛି । ଏହାବାଦ କମ୍ପାନୀକୁ ବ୍ଲାକଲିଷ୍ଟ କରିବାକୁ ରାଜ୍ୟ ସରକାର ଯୋଜନା ଚଳାଇଥିବା ସୂଚନା ମିଳିଛି । ଯାହାଫଳରେ ଏହି ସଂସ୍ଥା ଆସନ୍ତା ୩ବର୍ଷ ପର୍ଯ୍ୟନ୍ତ କୌଣସି ଟେଣ୍ଡରରେ ଅଂଶଗ୍ରହଣ କରିପାରିବ ନାହିଁ । ସେପଟେ ଏହି ନିମ୍ନମାନର ସାଲାଇନ କୌଣସି ଡାକ୍ତରଖାନାକୁ ଯୋଗାଣ ହୋଇନଥିବା ଔଷଧ ନିଗମ ପକ୍ଷରୁ କୁହାଯାଇଛି ।
ତେବେ ୨୦୧୬-୧୭ରେ ନିରାମୟକୁ ସାଲାଇନ ଯୋଗାଇବା ପାଇଁ ଟେଣ୍ଡର ହୋଇଥିଲା । ଗୁଜୁରାଟର ଏକ୍ୟୁଲାଇଫ କମ୍ପାନୀ ଏହି ଟେଣ୍ଡର ପାଇଥିଲା । ତେବେ ଯାଞ୍ଚ ସମୟରେ ସାଲାଇନ ନିମ୍ନମାନର ଥିବା ଜଣାପଡିଥିଲା ।