ଭୁବନେଶ୍ୱର,(ଏଟିଆର ବ୍ୟୁରୋ):ପୁଣି ନାଁ ରଖିଲେ ଓଡିଆ ପୁଅ । ତାଙ୍କ ନାଁ ଏହେସାସ ହୋତା । ବିଶ୍ୱ ତାଇକୋଣ୍ଡା ଚାମ୍ପିୟନସିପରେ ୨ଟି ସ୍ୱର୍ଣ୍ଣ ପଦକ ଜିତି କେବଳ ସେ ଓଡିଆ ପାଇଁ ନୁହେଁ ବରଂ ଭାରତ ପାଇଁ ଗର୍ବ ଆଣିଦେଇଛନ୍ତି । ଗତ ୧୭ ତାରିଖରୁ ନେପାଳରେ ଚାଲିଥିବା ଏହି ପ୍ରତିଯୋଗିତାରେ ସେ ସଫଳତା ହାସଲ କରିଛନ୍ତି । ଭାରତର ୬୦ଜଣିଆ ଟିମରେ ଓଡିଶାରୁ ଏକମାତ୍ର ଖେଳାଳି ଭାବେ ୫୪ କେଜି ବର୍ଗରେ ସେ ଅଂଶ ଗ୍ରହଣ କରିଥିଲେ ।
ଭାରତୀୟ ଦଳକୁ ମୋଟ ୬ଟି ପଦକ ମିଳିଥିବା ବେଳେ ସେଥିରେ ୩ଟି ସ୍ୱର୍ଣ୍ଣ , ୨ଟି ସିଲଭର ଓ ଗୋଟିଏ ବୋଞ୍ଜ ପଦକ ମିଳିଛି । ଏହେସାସ ଆସନ୍ତା ମାସ ଥାଇଲାଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।