ଭୁବନେଶ୍ୱର,୧୪ା୨(ବ୍ୟୁରୋ): ଆଠୁ ତାଠୁ ବଟି ଖାଉଥିଲେ । ସେ ସବୁ ଠିକ୍ ଥିଲା । ହେଲେ ଯାତ୍ରା ମାଲିକଙ୍କୁ ଚୂନ ଲଗାଇବା ମହଙ୍ଗା ପଡିଛି ପୁଲିସକୁ । ଏବେ ଏମିତି ଏକ ଘଟଣା ପୂରା ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି ।
ଏକ ଯାତ୍ରା ପାର୍ଟି ମାଲିକଙ୍କଠୁ ପୁଲିସ ୨ଲକ୍ଷରୁ ଅଧିକ ଟଙ୍କା ନେଇଥିବା ଶୁଣିବାକୁ ମିଳୁଛି । ଯାତ୍ରା ମାଲିକ ସ୍ୱାଇଁ ବାବୁ ସେହି ଥାନା ଅଧିନରେ ନିଜ ଗୋଦାମ୍ କରିଥିବା ବେଳେ ଏହାର କାଳେ ଫାଇଦା ଉଠାଇଛି ପୁଲିସ ବୋଲି ଲୋକେ କହୁଛନ୍ତି ।
ସୂଚନାଯୋଗ୍ୟ, ଯାତ୍ରାମାଲିକଙ୍କ ତମାଣ୍ଡୋ ଥାନା ଏରିଆରେ ମଧ୍ୟ ଏକ ଗୋଦାମ୍ ରହଛି । ସେପଟେ କେଉଁ କାରଣରୁ ଓ କାହିଁକି ଏତେ ମୋଟା ଅଙ୍କର ଟଙ୍କା ପୁଲିସ ନେଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଏହା ମାସିକିଆ ଚାନ୍ଦା ବୋଲି ଆଲୋଚନା ହେଉଛି । ଏହି ବ୍ୟବସାୟୀ ବା ଯାତ୍ରା ମାଲିକଙ୍କୁ ପୁଲିସ ହାତ କରି ଏହି ଧନ୍ଦା ଚଳାଇଥିବା ଶୁଣିବାକୁ ମିଳୁଛି । ତେବେ ବ୍ୟବସାୟୀଙ୍କ ସହ ସଲସୁତରାରେ ଏସବୁ ଚାନ୍ଦା ଆଦାୟ ହେଉଛି । କେବଳ ଏତିକି ନୁହେଁ ସୁନ୍ଦରୀ ତରୁଣୀଙ୍କୁ ମଧ୍ୟ ଏଥିରେ ଢ଼ାଲ ବନାଯାଇଥିବା ଚର୍ଚ୍ଚା ହେଉଛି । ତେବେ ପୂରା ଘଟଣାର ପର୍ଦ୍ଦାଫାସ କରିବାକୁ ଏବେ ବି ଅପରେସନ ଜାରି ରଖିଛି ଏଟିଆର ଟିମ୍ ।