ଭୁବନେଶ୍ୱର,୮ା୨/(ବ୍ୟୁରୋ): ପ୍ରେମ ମାନେ ନା ବନ୍ଧବାଡ଼ । ଏହି ଉକ୍ତିଟିକୁ ପୁଣି ପ୍ରମାଣିତ କରିଛନ୍ତି ଆଉ ଜଣେ ମହିଳା । ବାହାହେବା ପରେ ବି ସ୍ୱାମୀକୁ ଚକ୍ମା ଦେବାକୁ ପଛାଇ ନାହାନ୍ତି ସେ । ସ୍ୱାମୀ ନଥିବା ବେଳେ ପ୍ରେମିକକୁ ଘରକୁ ଡାକି ବହୁତ୍ ଅଏସ କରିଛନ୍ତି । ଏବେ ପୁଣି ଆରମ୍ଭ ହୋଇଛି ପ୍ରେମ ଋତୁ । ଦୂରେଇକି ରହିବା କ’ଣ ସମ୍ଭବ ।
ଖାସ୍ ଏଥିପାଇଁ ମହିଳା ଜଣକ ପାଖକୁ ଡାକିଦେଇଥିଲେ ପ୍ରେମିକକୁ । ପ୍ରେମିକ ବି ରାତି ଫାତି କିଛି ନମାନି ହାଜର । ଯାହା ଆଜି ଉଭୟଙ୍କୁ ହରଡ଼ ଘଣାରେ ପକାଇଛି । ମହିଳାଙ୍କ ଲୁଚାଣିଆ ପ୍ରେମ ଧରାପଡିଛି ଆଉ ପ୍ରେମିକ ଏବେ ଥାନାରେ ବସିଛି । ଏମିତି ଏକ ଘଟଣା ଘଟିଛି ନୟାପଲ୍ଲୀ ଥାନା ପାସପୋର୍ଟ ଅଫିସ ପଛ ବାଲିତୋଟା ବସ୍ତିରେ । ନିଜ ସ୍ତ୍ରୀର ଏହି କଳାକାରନାମାର ପର୍ଦ୍ଦାଫାସ କରିଛନ୍ତି ଖୋଦ ସ୍ୱାମୀ ।
ରିପୋର୍ଟ ଅନୁସାରେ, ନିଜ କାମଧନ୍ଦାରେ ପ୍ରାୟତଃ ସ୍ୱାମୀ ବାହାରେ ରହୁଥିଲେ । ବିଲକୁଲ ଏକା ହୋଇଯାଉଥିଲେ ମହିଳା । କେତେଆଉ ଏକାକି ସମୟ କାଟିବେ ଭାବି ମହିଳା ଆରମ୍ଭ କଲେ ଲୁଚାଣିଆ ପ୍ରେମ । ବାସ୍ ଏହାପରେ ମହିଳା ଜଣଙ୍କ ଚଲାଇଲେ ସ୍ୱାମୀଙ୍କ ପଛପଟେ ପ୍ରେମଗାଡି । ତେବେ ମଝିରେ ସ୍ତ୍ରୀର ଡାରେନାରେ ନେଇ ଟିକେ ଆଭାସ ପାଇଥିଲେ ସ୍ୱାମୀ । ଆଉ ଏଥିପାଇଁ ମୌକାକୁ ଜଗି ବସିଥିଲେ ।
ପ୍ରପୋଜ୍ ଡେ’ରେ ପ୍ରେମିକ ମହିଳାଙ୍କ ପାଖକୁ ଆସି ପ୍ରେମରେ ବୁଡିଯାଇଥିଲେ । ଆଉ ଠିକ୍ ସେହି ସମୟରେ ନିଜ ସ୍ତ୍ରୀ ଆଉ ପ୍ରେମିକକୁ ରଙ୍ଗେ ହାତ ଧରି ପୁଲିସକୁ ସୂଚନା ଦେଇଥିଲେ ସ୍ୱାମୀ । ମହିଳାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପାଗଳ ପ୍ରେମିକକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି ।