ଭୁବନେଶ୍ୱର,(ଏଟିଆରବ୍ୟୁରୋ): ବାଇକ୍ ଓ କାର ପରେ ଏବେ ଭୁବନେଶ୍ୱର ଟ୍ରାଫିକ୍ ପୁଲିସର ନଜର ଅଟୋ ଉପରେ । ବେପରୁଆ ଅଟୋ ଚାଳକଙ୍କୁ ସାବାଡ କରିବା ନେଇ ଆଜି ଆଚାର୍ଯ୍ୟବିହାର ଛକରେ ଏକ ଅଟୋକୁ ପୁଲିସ ଯାଞ୍ଚ କରି ଫାଇନ୍ କରିଛି । ଯାହା ଫାଇନ୍ କଟାଯାଇଛି ତାହା ଶୁଣିଲେ ଆପଣ ବି ଚକିତ ହୋଇଯିବେ । ଗୋଟିଏ ଅଟୋକୁ ୪୭ ହଜାର ୫ଶହ ଟଙ୍କା ଜରିମାନା କରାଯାଇଛି ।
ସବୁଠୁ ବଡ଼ କଥା ହେଉଛି ଗୋଟିଏ କି’ ଦୁଇଟି ନୁହେଁ ୮ଟି ଟ୍ରାଫିକ୍ ନିୟମକୁ ଫାଙ୍କିବା ଯୋଗୁ ଏଭଳି ଦଣ୍ଡ ଭୋଗିବାକୁ ପଡିଛି । ବିଶ୍ୱାସ ହେଉନଥିଲେ ମଧ୍ୟ ଅଟୋ ଚାଳକ ହରିବନ୍ଧୁ କହଁର ଏବେ ହରଡ ଘଣାରେ ପଡିଛନ୍ତି । ସେ ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି ମଧ୍ୟ ଜଣାଇଛନ୍ତି । ରିପୋର୍ଟ ଅନୁସାରେ, ହରିବନ୍ଧୁ ମଦ ପିଇ ଗାଡି ଚଲାଉଥିବା ବେଳେ ପୁଲିସ ହାବୁଡରେ ପଡିଥିଲେ । ତେବେ ଆଉ କେଉଁ ନିମୟ ସେ ଫାଙ୍କିଛନ୍ତି ଆସନ୍ତୁ ଜାଣିବା
୧ : ଅନ୍ୟକୁ ଗାଡି ଦେବାକୁ ନେଇ ୫ହଜାର
୨ : ବୈଧ ଲାଇସେନ୍ସ ନଥିବା ଯୋଗୁ ୫ ହଜାର
୩ : ମଦ ପିଇବା ଯୋଗୁ ୧୦ ହଜାର
୪ : ପ୍ରଦୂଷଣ ନିୟମ ଉଲଙ୍ଘନ ଲାଗି ୧୦ ହଜାର
୫ : ରେଜିଷ୍ଟ୍ରେସନ ନଥିବା ଯୋଗୁ ୫ହଜାର
୬ : ପରମିଟ ନଥିବା ନେଇ ୧୦ ହଜାର
୭ : ଇନ୍ସ୍ୟୁରାନ୍ସ ନଥିବା ଯୋଗୁ ୨ ହଜାର ଓ ସାଧାରଣ ଭୁଲ ପାଇଁ ୫ଶହ