ଭୁବନେଶ୍ୱର,(ବ୍ୟୁରୋ): ରସୁଲଗଡ଼ ଦୁର୍ଗାମଣ୍ଡପ ନିକଟରେ ଥିବା ମା’ ବନଦୁର୍ଗା ବସ୍ତିରେ ଭୟାଭୟ ଅଗ୍ନିକାଣ୍ଡ । ଜଳିଗଲା ୨୫ ବଖରା ଘର । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ପ୍ରାଥମିକ ତଦନ୍ତରୁ ଝୋପଡ଼ିରେ ଲାଗିଥିବା ଚୁଲି ନିଆଁରୁ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡରେ ୫ ଲକ୍ଷରୁ ଅଧିକ ଟଙ୍କାର ଆସବାପତ୍ର ଜଳି ପାଉଁଶ ହୋଇଯାଇଛି । ନିଆଁକୁ ଆୟତ କରିବାକୁ ଅଗ୍ନିଶମ କେନ୍ଦ୍ରର ୫ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା ।
ବିଭାଗର ୩୦ ଜଣ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ସାମିଲ ଥିଲେ । ୨ଘଣ୍ଟା କାଳ ଲାଗିଥିଲା ନିଆଁକୁ ଆୟତ କରିବା ଲାଗି । ବସ୍ତିରେ ସାଧାରଣତଃ ଦିନ ମଜୁରିଆ, ଜରି ଗୋଟାଳି ଓ ବେଲୁନ ବ୍ୟବସାୟୀମାନେ ରହୁଥିଲେ । ଅଗ୍ନିକାଣ୍ଡ ପରେ ଉପ-ଜିଲ୍ଲାପାଳ ଓ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ପହଞ୍ଚି ବିପନ୍ନଙ୍କୁ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।