ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ରାସ୍ତାରେ ଯାଉଥିବା ବେଳେ ଏକ ଟାଟା ଏସ ହଠାତ ଜଳିଯାଇଛି । ଯଦିଓ ଏଥିରେ କେହି ମୃତାହତ ହୋଇନାହାନ୍ତି ତଥାପି ଗାଡି ଟି ସମ୍ପୂର୍ଣ୍ଣ ଜଳିଯାଇଛି । ରାଜପଥ ଉପରେ ହୁତୁହୁତୁ ହୋଇ ଜଳୁଥିବା ଏହି ଗାଡିକୁ ଦେଖି ବେଶ କିଛି ସମୟ ଆତଙ୍କ ଖେଳିଯାଇଥିଲା ।
ଯାତାୟତ ଏକ ପ୍ରକାର ଠପ ହୋଇଯାଇଥିଲା । ପରେ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ କରିଛି । ଦିନ ସାଢ଼େ ୧୨ଟାରେ ଏମିତି ଏକ ଘଟଣା ଘଟିଛି କଟକ ଓଏମପି ଛକ ତାଳଦଣ୍ଡା କେନାଲ ଓଭରବ୍ରିଜ ଉପରେ । ମିଳିଥିବା ରିପୋର୍ଟ ଅନୁସାରେ, ଟାଟା ଏସଟି ଚାଲୁଥିବା ବେଳେ ହଠାତ ପୋଡା ଗନ୍ଧ ବାହାରିଥିଲା । ଡ୍ରାଇଭର ଓହ୍ଲାଇ ଦେଖିବା ବେଳକୁ ସେଥିରୁ ଧୁଆଁ ବାହାରିଥିଲା । ଚାହୁଁଚାହୁଁ ଅଚାନକ ଗାଡିଟି ଜଳି ଉଠିଥିଲା ।