ସମ୍ବଲପୁର,(ଏଟିଆର ବ୍ୟୁରୋ): ପୁଣି ମାଛରୁ ମିଳିଲା ବିଷାକ୍ତ ଫର୍ମାଲିନ । ସମ୍ବଲପୁର କୁଲୁଥକାନି ମାଛ ମାର୍କେଟରୁ ସଂଗୃହିତ ମାଛରୁ ଏହି ଫର୍ମାଲିନ ମିଳିଥିବା ଜଣାପଡିଛି । କୁରସିଆ ରୋହି ଓ କଳା ବଇଁଶୀ ନାମକ ୨ଟି ମାଛରେ ଫର୍ମାଲିନ ରହିଛି ।
ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଉପନିର୍ଦ୍ଦେଶକ ଓ ଖାଦ୍ୟ ସୁରକ୍ଷା ଅଧିକାରୀ । ତେବେ ଅଧିକ ପରୀକ୍ଷା ଲାଗି ସଂଗୃହିତ ନମୁନାକୁ ଭୁବନେଶ୍ୱର ପଠାଯିବ ବୋଲି ଅଧିକାରୀମାନେ ଜଣାଇଛନ୍ତି । ତେବେ ମାଛ ବ୍ୟବସାୟୀମାନେ ସ୍ଥାନୀୟ ମାଛ କହି ଆନ୍ଧ୍ର ମାଛ ବିକ୍ରି କରୁଥିଲେ ବୋଲି ବିଭାଗୀୟ ଅଧିକାରୀ ଜଣାଇଛନ୍ତି । ସେପଟେ ମାଛରେ ଫର୍ମାଲିନ ମିଶିବା ନେଇ ଏବେ ରାଜ୍ୟରେ ଯାଞ୍ଚ ପ୍ରକୀୟା ଆରମ୍ଭ ହୋଇଛି । ସେଥିପାଇଁ ଆଜି ସକାଳେ ସମ୍ବଲପୁରର ବିଭିନ୍ନ ମାଛ ମାର୍କେଟ ଉପରେ ଚଢ଼ାଉ କରାଯାଇଥିଲା ।