ଭୁବନେଶ୍ୱର ( ଏଟିଆର ବ୍ୟୁରୋ ) ; ମହାନଦୀରେ ଆସିପାରେ ବନ୍ୟା । ଏଭଳି ଆଶଙ୍କା ଜାହିର କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଏଥିପାଇଁ ମହାନଦୀ ଅବବାହିକାରେ ଥିବା ଜିଲ୍ଲା ଗୁଡିକୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ । ବର୍ତ୍ତମାନ ହିରାକୁଦରେ ୨୦ ଟି ଗେଟ ଖୋଲାଯାଇଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ଆହୁରି ୨୫ ଟି ଗେଟ ଖୋଲାଯିବାର ଅଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି । । ତେବେ ସମ୍ଭାବ୍ୟ ବନ୍ୟାନେଇ ଆଲର୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।
ଆଜି ସନ୍ଧ୍ୟା ସୁଦ୍ଧା ହିରାକୁଦର ୨୫ ଟି ଗେଟ ଦେଇ ୪ ଲକ୍ଷ କ୍ୟସେକ ଜଳ ଛଡାଯିବ । ସେହିପରି ଗୁରୁବାର ସକାଳେ ମୁଣ୍ଡୁଳି ଦେଇ ୮ଲକ୍ଷ କ୍ୟୁସେକ ଜଳ ବହିବାରେ ବୋଲି ଆଶଙ୍କା ଅଛି ବୋଲି ଜଣା ପଡିଛି । ତେବେ ମହାନଦୀ ଅବବାହିକରେ ଥିବା ଜିଲ୍ଲା ଗୁଡିକରେ ବନ୍ୟା ପରିସ୍ଥିତି ରହିଥିବାରୁ ବିଶେଷ କରି ମହାନଦୀ ଅଞ୍ଚଳର ତଳିଆ ବାସିନ୍ଦାଙ୍କୁ ଆବଶ୍ୟକ ହେଲେ ସ୍ଥାନାନ୍ତର କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି । ଏହାସହ ବନ୍ୟା ଆସିବା ପୂର୍ବରୁ ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ ଦେଇଛନ୍ତି ।