ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ଅଶାନ୍ତ ବ୍ରହ୍ମଗିରି ଅଁଚଳ । ଦୁଇଗୋଷ୍ଠୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ସଙ୍ଗକୁ ଗୁଳିମାଡ଼ ଏପରିକି ବୋମାମାଡ ହୋଇଥିବା ସୂଚନା ମିଳିଛି । ପରିସ୍ଥିତି ଅଣାୟତ ରହିଛି । ଉତେଜନା ଲାଗି ରହିଥିବାରୁ ପୁଲିସ ବ୍ୟାପକ ଫୋର୍ସ ସହାୟତାରେ ଘଟଣାସ୍ଥଳରେ ପହଁଚି ତନାଘନା ଚଳାଇଛି ।
ଉଭୟ ପକ୍ଷରୁ ପାଖାପାଖି ୫୦ରୁ ଅଧିକ ବୋମାମାଡ଼ ହୋଇଛି । ସିପକୁଦା ଓ ବାଘମୁଣ୍ଡା ଗାଁରେ ଏହି ବୋମାମାଡ ହୋଇଥିବା ବେଳେ ଘଟଣାରେ ୧୫ରୁ ଅଧିକ ଆହତ ହୋଇଛନ୍ତି । ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଚିକିତ୍ସା ଲାଗି ପ୍ରଥମେ ସ୍ଥାନୀୟ ହସପିଟାଲ ଓ ପରେ କଟକ ପଠାଇ ଦିଆଯାଇଥିବା ଜଣାପଡିଛି । ପୂର୍ବ ଶତ୍ରୁତାକୁ ନେଇ ଏଭଳି ଲଙ୍କାକାଣ୍ଡ ଘଟିଛି । ସୋମବାର ବିଳମ୍ବିତ ରାତିରେ ଘଟିଥିବା ଏହି ଅଘଟଣ ଏବେ ପୁଲିସର ମୁଣ୍ଡ ବିନ୍ଧାର କାରଣ ହୋଇଛି । ୫ପ୍ଲାଟୁନୁ ଅଧିକ ଫୋର୍ସ ପୂରା ଘଟଣା ଉପରେ ନଜର ରଖିଛନ୍ତି ।