ଢ଼େଙ୍କାନାଳ,(ଏଟିଆର ବ୍ୟୁରୋ): ପୁଣି ଆଉ ଏକ ଲଜ୍ଜା । ଢ଼େଙ୍କାନାଳ ଗଁଦିଆ ଅଞ୍ଚଳରେ ଜଣେ ଅଙ୍ଗନୱାଡୀ ଦିଦିଙ୍କୁ ଅପହରଣ ପରେ ଗଣଦୁର୍ଷ୍କମ କରାଯାଇଥିବା ଅଭିଯୋଗ ହୋଇଛି । ସବୁଠୁ ବଡ଼ କଥା ହେଉଛି ଏକ ମିଟିଂ ସାରି ଅଙ୍ଗନୱାଡୀ ଦିଦି ତାଙ୍କ ଭାଇଙ୍କ ସହ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି ।
୩ଜଣ ଦୁର୍ବୃତ୍ତ ଅଚାନକ ସେମାନଙ୍କୁ ରାସ୍ତା ମଝିରେ ଅଟକାଇଥିଲେ । କିଛି ବୁଝିବା ପୂର୍ବରୁ ସେମାନେ ଭାଇଙ୍କୁ ମାଡ଼ ମାରି ଲହୁଲୁହାଣ କରିବା ପରେ ଦିଦିଙ୍କୁ ଜବରଦସ୍ତ ଉଠାଇ ନେଇଥିଲେ । ରିପୋର୍ଟ ଅନୁସାରେ, ଗତକାଲି ଭାରତ ବନ୍ଦ ଡାକରା ଦେଇଥିଲା କଂଗ୍ରେସ । ଗାଡି ମଟର ବନ୍ଦ ରହିଥିଲା । ଯାହାର ପ୍ରଭାବରେ ରାସ୍ତାଘାଟ ଏକ ପ୍ରକାର ଶୂନଶାନ ରହିଥିଲା ।
କୌଣସି ଏକ ମିଟିଂ ଥିବାରୁ ଅଙ୍ଗନୱାଡୀ ଦିଦି ତାଙ୍କ ଭାଇଙ୍କ ସହ ଏକ ସ୍କୁଟିରେ ସଭାକ୍ଷେତ୍ରକୁ ଯାଇଥିଲେ । କାମ ସାରି ଅପରାହ୍ଣ ପ୍ରାୟ ୫ଟା ବେଳେ ଫେରିଥିଲେ । ଫେରିବା ବାଟରେ ଅଚାନକ ୩ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇବା ପରେ ଭାଇଙ୍କୁ ମାଡ଼ ମାରି ଦିଦିଙ୍କୁ ଉଠାଇ ନେଇଯାଇଥିଲେ । ଏହାପରେ ସେ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ପୁଲିସ ଦିଦିଙ୍କୁ ଉଦ୍ଧାର କରିବା ସହ ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରିଛି ।