ବାଲେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ଜଣେ ହେଡମାଷ୍ଟରଙ୍କ ହେଟଷ୍ଟୋରୀ ସାମ୍ନାକୁ ଆସିଛି । ଯାହା କେବଳ ସ୍ଥାନୀୟ ଅଞ୍ଚଳରେ ନୁହେଁ ବରଂ ଏବେ ପୂରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ନିଜ ମୋବାଇଲରେ କରିତକର୍ମା ହେଡମାଷ୍ଟର ଜଣଙ୍କ ସ୍କୁଲର ଛାତ୍ରୀଙ୍କୁ ଅଶ୍ଳୀଳ ଫିଲ୍ମ ଦେଖାଇଥିବା ଭଳି ସଗିଂନ ଅଭିଯୋଗ ଉଠିଛି । ତାଙ୍କ ନାଁ ପ୍ରଭାସ ଚନ୍ଦ୍ର ପଣ୍ଡା । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନିଳଗିରି ସହରରେ ଥିବା ନିଜଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।
ପୁଲିସ ରସିକିଆ ହେଡମାଷ୍ଟରଙ୍କୁ ଅଟକ ରଖି ଘଟଣାର ଖୋଳତାଡ ଆରମ୍ଭ କରିଥିବା ବେଳେ ସେପଟେ ଏହି ଘଟଣା ସମ୍ପୂର୍ଣ୍ଣ ମିଛ ଓ ତାଙ୍କୁ ଫସାଇ ଦିଆଯାଇଥିବା ସଫେଇ ଦେଇଛନ୍ତି ହେଡମାଷ୍ଟର । ଏହି ଙ୍କ ନାମରେ । ଘଟଣାକୁ ନେଇ ପୁଣିଥରେ ଗୁରୁ ଭଳି ଏକ ଶବ୍ଦରେ କଳଙ୍କର ଛିଟା ଲାଗିଛି । ମିଳିଥିବା ରିପୋର୍ଟ ଅନୁସାରେ, ସ୍କୁଲରେ ପଢ଼ୁଥିବା ୩ଜଣ ଛାତ୍ରୀଙ୍କୁ ଟାର୍ଗେଟ କରିଥିଲେ ହେଡମାଷ୍ଟର ପ୍ରଭାସ । ଫୁସଲାଇ ଫାସଲାଇ ଏକ ରୁମକୁ ଡାକିନେଇ ସେମାନଙ୍କୁ ନିଜ ମୋବାଇଲରେ ଥିବା ଅଶ୍ଳୀଳ ଭିଡିଓ ଦେଖାଇଥିଲେ । ବାସ ଏହାପରେ ସେ ଛାତ୍ରୀମାନଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।
ସେପଟେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଅଭିଭାବକଙ୍କ ମହଲରେ ଦେଖାଦେଇଥିଲା ତୀବ୍ର ଅସନ୍ତୋଷ । ସମସ୍ତେ ଏକଜୁଟ ହୋଇ ସ୍କୁଲରେ ପହଞ୍ଚି ହୋହାଲ୍ଲା କରିବା ସହ ହେଡମାଷ୍ଟରଙ୍କୁ ଅଟକ ରଖିଥିଲେ । ପୁଲିସ ପହଞ୍ଚି ହେଡମାଷ୍ଟରଙ୍କୁ ଥାନାରେ ଅଟକ ରଖିଛି ।