ଭୁବନେଶ୍ୱର,(ଏଟିଆର ବ୍ୟୁରୋ) : ଦିନକୁ ଦିନ ମାରାତ୍ମକ ରୂପ ନେଉଛି ହେପାଟାଇଟ୍ସ । ପିଲା ହେଉ କି’ ବୁଢ଼ା, ବର୍ତ୍ତମାନ ଏହି ରୋଗରେ ସମସ୍ତେ ଛଟପଟ । ତେବେ ଏପରି ସ୍ଥଳେ ଏହାକୁ ନେଇ ଏବେ ସମସ୍ତେ ଚିନ୍ତାରେ ଥିବା ବେଳେ ପ୍ରଥମେ ଜାଣନ୍ତୁ କଣ ଏ ହେପାଟାଇଟ୍ସ? ଏହାର ଲକ୍ଷଣ କଣ? କେମିତି ରହିବେ ହେପାଟାଇଟ୍ସରୁ ମୁକ୍ତ? ଏନେଇ କ’ଣ କହନ୍ତି ଡା ଅଶୋକ କୁମାର ଚୌଧୁରୀ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଅନୁଯାୟୀ ପ୍ରତିବର୍ଷ ୩ କୋଟି ୫୦ ଲକ୍ଷ ଲୋକ ପୁରାତନ ରୋଗରେ ମୃତ୍ୟୁ ବରଣ କରନ୍ତି । ପୁରାତନ ଯକୃତ ରୋଗ ସେଥିରୁ ଗୋଟିଏ ବଡ ଭାଗ ଅକ୍ତିଆର କରିଛି । ଯକୃତ ରୋଗୀଂକ ହାର ପ୍ରତିବର୍ଷ ବଢି ବଢି ଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ହିସାବରେ ଭାରତରେଏହି ରୋଗର ମୃତ୍୍ୟୁ ହାର ହେଲା ଶତକଡା ୨.୪୪ ଭାଗ ଅର୍ଥାତ ମୃତକଂକ ସଂଖ୍ୟା ୨,୧୬,୮୬୫ ।
ହେପାଟାଇଟିସ- ବି ଜନିତ ଯକୃତ ରୋଗୀଂକ ସଂଖ୍ୟା ଭାରତରେ ଶତକଡା ୩ ଭାଗ ଅର୍ଥାତ ୩ ଲକ୍ଷ ୭୦ ହଜାର । ପ୍ରାୟ ରୋଗୀ ଅର୍ଥାତ ହେପାଟାଇଟିସ- ବି ଜନିତ ରୋଗୀ ଲିଭର କ୍ୟାନସର ଏବଂ ଯକୃତକ୍ଷୟ ଭଳି ରୋଗରେ ପଡି ଅକାଳ ମୃତ୍ୟୂୁ ବରଣ କରନ୍ତି । ପ୍ରାୟ ୧୦ ଲକ୍ଷ ଛୁଆ ଜନ୍ମ ବେଳୁ ବିଜାଣୁ ଦ୍ୱାରା ସଂକ୍ରମିତ ହୁଅନ୍ତି । ଏହା ସାଧାରଣତଃ କାହାରି ବି ଦୋଷ ନଥାଇ ମା ପାଖରୁ ଛୁଆ ପାଖକୁ ଆସିଥାଏ । ଏହା ମାଆର ଡାକ୍ତରୀ ପରିକ୍ଷା ଏବଂ ଛୁଆକୁ ଟୀକା ଦେବା ଦ୍ୱାରା ଠିକ ହୋଇ ଯାଇଥାଏ । ରକ୍ତ ନେବା ସମୟରେ ,ସର୍ଜରୀ ସମୟରେ , ଟାଟୁ କଲାବେଳେ କିମ୍ବା ଏକାଧିକ ବ୍ୟକ୍ତିଂକ ସହ ଯୌନ ସଂପର୍କ ରଖିଲେ ଏହି ରୋଗ ହୁଏ ।
ହେପାଟାଇଟିସ ସି ବୀଜାଣୁ ଜନ୍ମିତ ଯକୃତ ରୋଗ ପ୍ରାୟ ୧ କୋଟି୪୦ ଲକ୍ଷ ଭାରତୀୟଂକ ପାଖରେ ଦେଖାଯାଇଛି । ଏହା ପାୟତଃ ରକ୍ତ ଦେବା ନେବା ସମୟରେ କିମ୍ବା ସଂକ୍ରମିତ ଛୁଂଚି ଦ୍ୱାରା ବ୍ୟାପିଥାଏ ।
ଜଣ୍ଡିସ ଭାରତରେ ଏମିତକି ଆମ ଓଡିଶାରେ ବାରମ୍ବାର ଦେଖାଦିଏ । ଏହା ସାଧାରଣତଃ ଅଶୋଧିତ ଜଳ, ନିମ୍ନ ମାନର ଜଳ ନିଷ୍କାସନ ବ୍ୟବସ୍ଥା ଏବଂ ଫାଟିଥିବା ପାଣି ପାଇପ ଦ୍ୱାରା ହଜାର ହଜାର ଲୋକଂକୁ ରୋଗଗ୍ରସ୍ଥ କରିଥାଏ । ଫଳରେ ବହୁ ଲୋକଂକ ଜୀବନହାନି ଘଟିଥାଏ । ଏହା ବ୍ୟତୀତ ହେପାଟାଇଟିସ- ଏ -ଓ –ଇ- ବୀଜାଣୁ ଖାଦ୍ୟ ଓ ପାନୀୟ ଦ୍ୱାରା ହୋଇଥାଏ ।
ଏହି ରୋଗର ଆବିଷ୍କାରକ ନୋବେଲ ପୁରସ୍କାର ବିଜେତା ଡାଃ. ବାରି ବ୍ଲୁମବର୍ଗ ଂକୁ ସମ୍ମାନ ଜଣାଇ ପ୍ରତିବର୍ଷ
ଜୁଲାଇ ୨୮ ତାରିଖକୁ ବିଶ୍ୱ ହେପାଟାଇଟିସ ଦିବସ ଭାବରେ ପାଳନ କରାଯାଏ ।
ହେପାଟାଇଟିସ କଣ ?
ଯକୃତ ସଂକ୍ରମିତ ହେଲେ ଫୁଲିଯାଏ । ହେପାଟାଇଟିସ- ଏ -ଓ –ଇ- (ଦୂଷିତ ଜଳ ଓ ବିଷାକ୍ତ ଖାଦ୍ୟ ଦ୍ୱାରା ବ୍ୟାପେ ) । ହେପାଟାଇଟିସ –ବି- ଓ –ସି-( ରକ୍ତ ଜନିତ ଅସୁବିଧାରୁ ହୁଏ । ) ଉଭୟ ହେପାଟାଇଟିସ ବୀଜାଣୁ ସମୟକ୍ରମେ ଲିଭର ଖରାପ କରିଦିଏ । ପ୍ରାଥମିକ ସ୍ତରରେ ଜଣ୍ଡିସ ହୋଇ ପର ଅବସ୍ଥାରେ ସାଂଘାତିକ ହୋଇ ଲିଭର ଖରାପ କରି ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ ।
ଜଣ୍ଡିସ(କାମଳ) କଣ ?
ଯକୃତ ରୋଗର ପ୍ରାଥମିକ ସ୍ତର ହେଉଛି ଜଣ୍ଡିସ ବା କାମଳ । ଏହା ହେଲେ ରୋଗୀର ଚକ୍ଷୁ ଓ ଦେହର ଚମଡା ହଳଦିଆ ଦେଖାଯାଏ । ରୋଗୀକୁ ସବୁ ଜିନିଷ ହଳଦିଆ ହଳଦିଆ ଦେଖାଯାଏ । ଏହି ରୋଗୀକୁ ଖାଇବା ପାଇଁ ଇଛା ହୁଏନାହିଁ , ବହୁତ ଦୁର୍ବଳ ଲାଗେ , ଜ୍ୱର ହୁଏ , ପେଟରେ ସାମାନ୍ୟ ଯଂତ୍ରଣା ହୁଏ । କେବେବି ଆମେ ରୋଗର କାରଣ ଓ ପ୍ରତିକାର ପ୍ରତି ସଠିକ ଦୃଷ୍ଟି ନଦେଇ ବିନା ପରିକ୍ଷା ନିରିକ୍ଷାରେ ପାରଂପାରିକ େଔଷଧ ବ୍ୟବହାର କରିବା ନାହିଁ । ଏହା କଲେ ଲିଭରକୁ ତାହା ଆହୁରି ଖରାପ କରି ସାଂଘାତିକ ଜଣ୍ଡିସରେ ରୋଗୀକୁ ଆକ୍ରାନ୍ତ କରିଥାଏ । ହେପାଟାଇଟିସ –ଏ- ସାଧାରଣତଃ ପିଲାଂକ ପାଖରେ ଏବଂ ହେପାଟାଇଟିସ-ଇ- ବୟସ୍କଂକ ପାଖରେ ଦେଖାଯାଏ । ଖରା ଓ ବର୍ଷା ଦିନରେ ବହୁଳ ଭାବରେ ବ୍ୟାପୁଥିବା ଏହି ବ୍ୟାଧି ଅଶୋଧିତ ଜଳ ଓ ଦୂଷିତ ଖାଦ୍ୟ ଦ୍ୱାରା ହୋଇଥାଏ । ଏହାର ଲକ୍ଷଣ ଗୁଡିକ ହେଲା –ଜ୍ୱର ସହ ଜଣ୍ଡିସ , ଭୋକ ନ ଲାଗିବା , ବହୁତ ଦୁର୍ବଳ ଲାଗିବା, ଏମିତି ଲାଗିଲେ ଡାକ୍ତରଂକ ସହ ପରାମର୍ଶ ବ୍ୟତୀତ ଖାଇବା ପିଇବାରେ କିଛି ବି ବାରଣ ନଥାଏ । ସଠିକ ଖାଇବା -ପିଇବା ଏବଂ ବିଶ୍ରାମ ନେବାଦ୍ୱାରା ଏହି ରୋଗ ଭଲ ହୋଇଥାଏ । ତେବେ ମନେ ରଖିବେ ରୋଗୀକୁ କୌଣସି ତୁଟୁକା ଔିଷଧ ଭୁଲରେ ମଧ୍ୟ ଦେବେନାହିଁ । ଗର୍ଭବତୀ ମହିଳାଂକ କ୍ଷେତ୍ରରେ ଯେହେତୁ ବିପଦର ମାତ୍ରା ଏବଂ ମୃତ୍ୟୁର ଆଶଂକା ପ୍ରାୟ୨୦ଗୁଣ ଅଧିକ ତେଣୁ ସତର୍କତା ଏକାନ୍ତ ଜରୁରୀ ।
ଜଳ ଜନିତ ହେପାଟାଇଟିସ(-ଏ- ଏବଂ –ସି) –କିମିତି କରିବେ ପ୍ରତିକାର ?
ଆକ୍ରାନ୍ତ ବ୍ୟକ୍ତିର ଝାଡାରେ ଏହାର ବୀଜାଣୁ ରହିଥାଏ । ଏହା ଜଳ ଦ୍ୱାରା ବ୍ୟାପେ । ଅଶୋଧିତ ଜଳର ବ୍ୟବହାର ଯୋଗୁ ଏହା ଜଣକ ଠାରୁ ଅନ୍ୟ ଜଣକୁ ସଂକ୍ରମିତ ହୋଇଥାଏ । ଛୋଟ ପିଲାଂକୁ ଟିକାକରଣ କାମ ଦିଏ କିନ୍ତୁ ବଡଂକ କ୍ଷେତ୍ରରେ ଏହା କାମ କରିନଥାଏ । ତେବେ ଫୁଟନ୍ତା ପାଣି , ବ୍ଲିଚିଂ ପାଉଡର ଆମେ ବ୍ୟବହାର କରିପାରିବା । ରାସ୍ତା କଡର ଦୂଷିତ ଏବଂ ଅଘୋଡା ଖାଦ୍ୟଠାରୁ ନିଜକୁ ଦୂରେଇ ରଖିବା । ପାଣି ପାଇପର ତଦାରଖ କରିବା-ଯେମିତିକି ପାଇପ ଫାଟି ଯାଇନଥିବ ।
ହେପାଟାଇଟିସ –ବି- କଣ ? ଏହା କାହିଁକି ବିପଦପୂର୍ଣ ?
ପ୍ରତିବର୍ଷ ଏହି ରୋଗରେ ୪ କୋଟି ଭାରତୀୟ ଆକ୍ରାନ୍ତ ହୁଅନ୍ତିି । ସେଥିରୁ ପ୍ରାୟ ୧୫ରୁ ୨୫ ଭାଗ ଯକୃତ କ୍ଷୟ ଓ ଲିଭର କ୍ୟାନସରରେ ପିଡିତ ହୋଇ ଅକାଳରେ ପ୍ରାଣ ହରାନ୍ତି । ଛୋଟବେଳୁ ସଂକ୍ରମିତ ହେଲେ ଏହା ପୁରୁଣା ହୋଇ ବିପଦର ମାତ୍ରା ବଢାଇଥାଏ । ପ୍ରତିବର୍ଷ ଜନ୍ମଲାଭ କରୁଥିବା ୨ କୋଟି ଶିଶୁଂକ ମଧ୍ୟରୁ ପ୍ରାୟ ୧୦ଲକ୍ଷ ଏହି ରୋଗରେ ପିଡିତ ହୋଇ ଜୀବନ ସାରା କଷ୍ଟ ପାଆନ୍ତି । ଅସୁବିଧାର କଥା ଯେ ଜନସାଧାରଣ ଏ ବିଷୟରେ ଠିକ ସମୟରେ ସଚେତନ ନହୋଇ ପାଶ୍ୱର୍ ପ୍ରତିକ୍ରିୟା ପାଇଁ ଅପେକ୍ଷା କରନ୍ତି । ଏହି ରୋଗର ନିରାକରଣ ପାଇଁ ସାମୟିକ ପରିକ୍ଷା ଏବଂ ସଚେତନତା ଏକାନ୍ତ ଅପରିହାର୍ଯ୍ୟ ।
ହେପାଟାଇଟିସ –ସି- ଏବଂ ଏଥିରେ ଅସୁବିଧା ?
ଏହା ଏକ ରକ୍ତ ଜନ୍ମିତ ଯକୃତ କ୍ଷୟ କରିବା ଭୂତାଣୁ । ଏହା ରକ୍ତ ଦେବା – ନେବା ସମୟରେ , ସର୍ଜରୀ ସମୟରେ , ଇଂଜେକସନ ନେବା ସମୟରେ କିମ୍ବା ଅଶୋଧିତ ଛୁଂଚି ଦ୍ୱାରା ଦେହ ମଧ୍ୟରେ ପ୍ରବେଶ କରିଥାଏ । ଏହା ସବୁଠାରୁ ବିପଦଜନକ ଭୂତାଣୁ । ଥରେ ଆକ୍ରମିତ ହେଲେ ଶତକଡା ୮୫ ଭାଗ ରୋଗୀ ୨୦ରୁ ୨୫ ବର୍ଷ ମଧ୍ୟରେ ଯକୃତ କ୍ଷୟ ଓ ଲିଭର କ୍ୟାନସର ଭଳି ମାରାତ୍ମକ ବ୍ୟାଧିରେ ଆକ୍ରାନ୍ତ ହୁଅନ୍ତି । ପ୍ରଥମରୁ ଜାଣିପାରିଲେ ଏହା ବର୍ତମାନ ମିଳୁଥିବା େଓିøଷଧ ଦ୍ୱାରା ସୁସ୍ଥ ହୋଇ ସ୍ୱାଭାବିକ ଜୀବନ ଭିତରକୁ ବି ଫେରି ଆସି ପାରିବେ । ଯଦିଓ ଭାରତରେ ଏକ କୋଟି ଲୋକ ଏଥିରେ ଆକ୍ରାନ୍ତ , ତଥାପି ୨୦୩୦ ସୁଧା ସମଗ୍ର ବିଶ୍ୱରୁ ହେପାଟାଇଟିସ-ସି-କୁ ସମୂଳେ ନିପାତ କରିବା ଯୋଜନା ରହିଛି ।
ମା ଠାର ୁପିଲାକୁ ଆସିଥିବା ହେପାଟାଇଟିସ- ବି –ର ମୁକାବିଲା କିମିତି କରିବେ ?
ହେପାଟାଇଟିସ –ବି ରକ୍ତ ଦ୍ୱାରା ସଂକ୍ରମିତ । ମା ଠାରୁ ପିଲାଂକୁ ଜନ୍ମ ସମୟରେ କିମ୍ବା ଜନ୍ମ ହେବା ପରେ ବି ଏହା ସଂକ୍ରମିତ ହୋଇପାରେ । ପିଲାଟି ବଡ ହେଲେ ରୋଗ ବଢି ଯକୃତକ୍ଷୟ , ଲିଭର କ୍ୟାନସର ଭଳି ରୋଗ ହୁଏ । ବର୍ତମାନ ଗତାନୁଗତିକ ଭାବରେ ସମସ୍ତ ସରକାରୀ ଡାକ୍ତରଖାନାରେ ପ୍ରତି ଗର୍ଭଧାରିଣୀ ମହିଳାଂକୁ ମାଗଣାରେ
ହେପାଟାଇଟିସ –ବି ପାଇଁ ପରୀକ୍ଷା କରାଯାଏ । ଜନ୍ମିତ ଛୁଆଂକୁ ଭାରତ ସରକାରଂକ ମିଶନ ଇଂଦ୍ରଧନୁଷ ଯୋଜନାରେ ଟୀକା ପ୍ରଦାନ କରାଯାଏ । ଏହା କଲେ ସଂକ୍ରମଣରୁ ରକ୍ଷା ମିଳି ପାରିବ ।
ହେପାଟାଇଟିସ ଓ ବୈବାହିକ ଜୀବନ-ବିନା ବାଧାରେ
ହେପାଟାଇଟିସ ଇମିତି ଏକ ରୋଗ ନୁହେଁ , ଯାହା ଆପଣଂକ ଦୈନଂଦିନ ଜୀବନ ଶୈଳୀ, ଶାରରିକ କାର୍ଯ୍ୟକ୍ଷମତା ଏବଂ ବୈିବାହିକ ଜୀବନ ପ୍ରତି ବିପଦ ସୃଷ୍ଟି କରେ । ଏମିତି ଭ୍ରାନ୍ତଧାରଣା ମନରେ ଆଣିବା ଅନାବଶ୍ୟକ । ହେପାଟାଇଟିସ –ସି ୩ ରୁ ୬ ମାସର ଚିକିସ୍ଛାରେ ଭଲ ହୋଇଯାଏ । ହେପାଟାଇଟିସ –ବି ହେଉ ବା –ସି ହେଉ ଏହା ଯୌିନ ଜୀବନରେ କୌଣସି ଅସୁବିଧା ସୃଷ୍ଟି କରିନଥାଏ । ନାରୀ ହୁଅନ୍ତୁ ବା ପୁରୁଷ କାହାରି ବି ଭୟ କରିବା ଅନାବଶ୍ୟକ । ଡାକ୍ତରଂକ ପରାମର୍ଶରେ ଟୀକ ନେବା ଦରକାର । ସାଧାରଣ ଯୌନତା ବା ପାଟିର ଲାଳ ଦ୍ୱାରା ଏହାର ବ୍ୟାପକତା ବହୁତ କମ ।
ପାରିବାରିକ ସ୍ୱାସ୍ଥ୍ୟ ପରିକ୍ଷା କଣ ?
ଯାହା ଆମେ ବୁଝି ପାରିଛେ ଯେ ହେପାଟାଇଟିସ –ବି- ମା ଠାରୁ ପିଲା ପାଖକୁ ସଂକ୍ରମିତ ହୁଏ । ତେଣୁ ପରିବାରର ଭାଇ-ଭଉଣୀ , ମାମୁଁ , ମାଉସୀ , ଆଈ କେହି ବି ସଂକ୍ରମିତ ହୋଇ ଥାଇପାରନ୍ତି । କାରଣ ଏହାର ପାଶ୍ୱର୍ ପ୍ରକ୍ରିୟା ନଥାଏ ଏବଂ ଦେହରେ ଏହା ଲୁକ୍କାୟିତ ଭାବରେ ଥାଏ । ଏଣୁ ସ୍ୱାସ୍ଥ୍ୟ ପରିକ୍ଷା କରି ପରିବାରର ସମସ୍ତେ ଟୀକା ନେଲେ ଭଲ ।
ହେପାଟାଇଟିସ ନିରାକରଣର କିଛି ପରମର୍ଶ
୧,ଟିକାକରଣ- ହେପାଟାଇଟିସ –ବି ଟିକା ଆଗରୁ ନ ନେଇଥଲେ ତନିଥର ନେବାକୁ ହୋଇଥାଏ ।
୨.ରକ୍ତ ଦେବା ନେବା ବେଳେ ସତର୍କ ରହିବା ଦରକାର ।
୩.କେବଳ ଗୋଟିଏ ଥର ବ୍ୟବହାର କରା ଯାଉଥିବା ସିରିଂଜ ବ୍ୟବହାର କରନ୍ତୁ ।
୪ ଛୁଆ ଜନ୍ମର ୨୪ ଘଂଟା ଭିତରେ ହେପାଟାଇଟିସ – ବି- ଟୀକା ନେବା ଜରୁରୀ । ମା ମଧ୍ୟ ପରିକ୍ଷା କରାଇ ନେବା ଦରକାର ।
୫.ଯୌନ ଜୀବନରେ ସ୍ୱଛତା ରହିବା ଦରକାର ।
୬.ଜନ ସଚେତନତା ଯଥା-ରାସ୍ତା କଡ ଖାଦ୍ୟ ନ ଖାଇବା , ରାସ୍ତା ନାଳର ଉନ୍ନତି, ଶୁଦ୍ଧ ପାନୀୟ ଜଳର ବ୍ୟବହାର ଏକାଂତ
ଆବଶ୍ୟକ ।