ଯାଜପୁର,(ଏଟିଆର ବ୍ୟୁରୋ): ହତ୍ୟା, ଚୋରି ଏପରିକି ଲୁଣ୍ଠନ ମାମଲା ଥାନାରେ ପଡି ରହିଛି । ସେ ଗୁଡିକର ପର୍ଦ୍ଦାଫାସ କରିବାକୁ ଥାନା ଅଧିକାରୀଙ୍କ କାତ ପାଉନି । ହେଲେ ଦୁର୍ଘଟଣା କେଉଁଟି ଘଟିଲା? କେଉଁଠି ମଦ ବିକ୍ରି ହେଲା ସେଥିରେ ହାତ ଧୋଇ ପଡିଛନ୍ତି ଥାନା ଅଧିକାରୀ । ଅଭିଯୋଗ ହୋଇଛି ଏସବୁ ଘଟଣାରେ ବାବୁଙ୍କ ପକେଟ ବେଶି ଗରମ ହେଉଛି । ଯାହାପାଇଁ ବାବୁ ଆଉ କୌଣସି ଘଟଣାରେ ମୁଣ୍ଡ ଖେଳାଉ ନାହାନ୍ତି । ଉପରିସ୍ଥ ଅଧିକାରୀ ବି ଏହାର ଠିକଠାକ ଯାଞ୍ଚ କରୁନଥିବାରୁ ଥାନା ଅଧିକାରୀଙ୍କ ଏବେ କଚେ ପୁଅ ବାର । ଯାହାପାଇଁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଥାନା ଅଧିକାରୀଙ୍କ ଉତ୍ପାତ ଲୋକଙ୍କୁ ନୟାନ୍ତ କଲାଣି । ଏଭଳି ସଗିଂନ ଅଭିଯୋଗ ଆସିଛି ଯାଜପୁର ସଦର ଥାନା ବିରୋଧରେ ।
ସିଧା କହିବାକୁ ଗଲେ ସୀମା ଡେଉଁଛି ସଦର ଥାନା । ଥାନା ଦାୟିତ୍ୱରେ ଥିବା ଦାସ ବାବୁ ଡ୍ୟୁଟି କମ ବରଂ ଚାନ୍ଦା ଆଦାୟ ପଛରେ ଅଧିକ ମାତିଥିବା ଅଭିଯୋଗ ହୋଇଛି । ସେପଟେ ଏଟିଆରକୁ ଅଧିକ ସୂଚନା ଦେଇ ଲୋକେ ଜଣାଇଛନ୍ତି ଯେ, ବାଲିଘାଟକୁ ଯାଉଥିବା ଗାଡିରୁ ମାସିକିଆ ଚାନ୍ଦା ଆଦାୟ କରୁଛନ୍ତି ଦାସ ବାବୁ । ଯେଉଁ ଗାଡି ଚାନ୍ଦା ଦେଉନାହିଁ ତାକୁ ଅଟକାଇ ପୁଲିସିଆ ପାଠ ପଢ଼ାଯାଉଛି । କେବଳ ଏତିକି ନୁହେଁ ନିକଟରେ ଜଣେ ଜିଲ୍ଲାପରିଷଦଙ୍କ ଗାଡି ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ଫୁଲ ଫାଇଦା ଉଠାଇଥିଲେ ଥାନା ଅଧିକାରୀ । ଗଣିଗଣି ୬ହଜାର ଟଙ୍କା ନେଇ ପକେଟ ଗରମ କରିଥିଲେ । ବିଭାଗୀୟ ବରିଷ୍ଠ ଅଧିକାରୀ ଏହି ଘଟଣାର ଯାଞ୍ଚ କରିବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି ।