ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ମେ ୨୯ରେ କେବଳ ଛୁଇଁବ ମୌସୁମୀ । ଏହି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସାଧାରଣତଃ ଜୁନ ୧ତାରିଖ ଭିତରେ ମୌସୁମୀ କେରଳ ଉପକୂଳ ଛୁଇଁଥାଏ । ଏଥରକ କିନ୍ତୁ ଟିକେ ଶୀଘ୍ର ମୌସୁମୀ ଆସିପାରେ ବୋଲି ଅନୁମାନ କରାଯାଉଛି ।
କେରଳରେ ମୌସୁମୀ ପହଞଞ୍ଚିବାର ପାଖାପାଖି ୧୦ଦିନ ଭିତରେ ଏହା ଓଡିଶା ଉପକୂଳ ଛୁଇଁଥାଏ । ତେଣୁ ଜୁନମାସ ଆରମ୍ଭରୁ ମୌସୁମୀ ଓଡିଶା ଉପକୂଳ ଛୁଇଁବାର ସମ୍ଭାବନା ରହିଛି ।