ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଅର୍ଥବଳ ସାଙ୍ଗକୁ ପୂରା ବାହୁବଳ ଲଗାଇ ଦେଇଛନ୍ତି । ଚଳାଇଛନ୍ତି ଗୁଣ୍ଡାରାଜ । ତାଙ୍କ ପାର୍ଦୁଭାବ ଏତେ ଯେ ପୁଲିସଠୁ ନେଇ ସରକାର ପର୍ଯ୍ୟନ୍ତ, ସମସ୍ତେ ଚୁପ । ଏପଟେ ଜମି ପରେ ଜମି ହାତେଇ ନେଇ ସବୁ ଲଣ୍ଡା କରିସାରିଲେଣି । ଆମେ କହୁଛୁ ଧୋବ ଫରଫରିଆ ଡ୍ରେସ ପିନ୍ଧି ନିଜକୁ ସମାଜସେବୀ କହି ସାଧାରଣ ଲୋକଙ୍କୁ ଲୁଂଠୁ ଥିବା ବାବୁ ଅଚ୍ୟୁତ ସାମନ୍ତଙ୍କ କଥା ।
କିସକୁ ଢ଼ାଲ କରି ଏବେ ବାବୁ ଅଚ୍ୟୁତ ସବୁ କିଛି ସ୍ୱାହା କରିବାକୁ ବସିଲେଣି । ସିଧା କହିବାକୁ ଗଲେ ଡିହ ଗାଲୁଆରେ ପୂରାପୂରି ମାହିର ବାବୁ ଅଚ୍ୟୁତ । ଆମେ ଏଥିପାଇଁ ଏ କଥା କହୁଛୁ କାରଣ ପ୍ରତ୍ୟେକ ଜାଗାରେ କିସକୁ ସେ ନିଜ ପରିଶ୍ରମରେ ଚଳାଇଥିବା କହି ଡିଣ୍ଡିମ ପିଟୁଛନ୍ତି । ହେଲେ ବାସ୍ତବ ଚିତ୍ର କିନ୍ତୁ ଅଲଗା । ରାଜ୍ୟଠୁ ନେଇ କେନ୍ଦ୍ର ପର୍ଯ୍ୟନ୍ତ ସବୁଠି ହାତ ମାରି ନିରିହ ଆଦିବାସୀଙ୍କୁ ଢ଼ାଲ କରି କୋଟି କୋଟି ଟଙ୍କା ହଡ଼ପ କରିବାରେ ଲାଗିଛନ୍ତି ଅଚ୍ୟୁତ । ସରକାରଙ୍କଠୁ ମିଳୁଥିବା ଚାଉଳ ଏହାର ସବୁଠୁ ବଡ଼ ପ୍ରମାଣ । ତେବେ ଅଚ୍ୟୁତଙ୍କ ମିଛ କହିବା ପଛର ଉଦ୍ଦେଶ୍ୟ ଏଇଆ ଯେ, ଏପରି ମିଛ କହିଲେ କିଛି ବେସରକାରୀ ଅନୁଷ୍ଠାନରୁ ସହାୟତା ମିଳିବ ଓ ନିଜର ବଡ଼ପଣିଆ ଲୋକଙ୍କ ପାଖରେ ପହଁଚିବ । ଏହାବାଦ ଆଉ ସଂଗିନ ଅଭିଯୋଗ ବି ଉଠିଛି ବାବୁ ଅଚ୍ୟୁତଙ୍କ ନାଁରେ ।
ଯେଉଁଠି ସିନିୟର ସିଟିଜେନଙ୍କୁ ସୁରକ୍ଷା ଦେବା ଲାଗି ସବୁ ସ୍ତରରେ ଚେଷ୍ଟା କରାଯାଉଥିବା କହି ସରକାର ବାହାବା ମାରୁଛନ୍ତି ସେଠି ହିଁ ସେମାନଙ୍କ ତଣ୍ଟି ଚିପିବାକୁ ପଛାଇ ନାହାନ୍ତି ଅଚ୍ୟୁତ ସାମନ୍ତ । ସେମାନଙ୍କ ଜମି ଛଡାଇନେଇ ମନ୍ଦିର ଗଢ଼ିଛନ୍ତି । ଦୁର୍ଭାଗ୍ୟ ସେହି ମନ୍ଦିରକୁ ବି ନିଜ ସମ୍ପତି ଭାବିଛନ୍ତି ସେ । କାହାରିକୁ ସେଠାକୁ ଛାଡୁନାହାନ୍ତି । ଖାସ ଏଥିପାଇଁ ତାଙ୍କ ନାଁରେ ଅଭିଯୋଗ ଫର୍ଦ୍ଦ ଏବେ ଲମ୍ବିବାରେ ଲାଗିଛି । ପଥରଗାଡିଆରେ ଥିବା ପ୍ଲଟନମ୍ବର ୫୮୧/୧୭୫୧ ଜମିକୁ ବଳପୂର୍ବକ ମାଡିବସିଛନ୍ତି । ରେକର୍ଡ କହୁଛି ୧୯୮୩ରେ ଏହି ଜମିକୁ କିଣିଥିଲେ ଜୀବନ କିଶୋର ଦାସ ।
ତେବେ ନ୍ୟାୟ ପାଇବା ନେଇ ଲଢ଼ିଲଢ଼ି ଶେଷରେ ସବୁଦିନ ଲାଗି ଜୀବବ ହରାଇଲେ ସିନା ଜୀବନ କିନ୍ତୁ ଅଚ୍ୟୁତଙ୍କ ଉପରେ ପଡିଲାନି କୌଣସି ପ୍ରଭାବ । କେବଳ ଏତିକି ନୁହେଁ, ଖାତାନମ୍ବର ୪୨୦,୪୨୯,୫୧୭ ଭଳି ୩୨ରୁ ଅଧିକ ଲୋକଙ୍କ ଜିମକୁ ବଳପୂର୍ବକ ମାଡିବସିଛନ୍ତି ଅଚ୍ୟୁତ । ଏପରିସ୍ଥଳେ ଏଭଳି ମାଫିଆଙ୍କୁ ପୁଣି ରାଜ୍ୟସରକାର ରାଜ୍ୟସଭା ପ୍ରାର୍ଥୀ କରିଛନ୍ତି । ଯାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଲୋକେ । ଖାସ ଏନେଇ କେତେକ ଜମି ମାଲିକ ରାଜ୍ୟ ନିର୍ବାଚନ ମୁଖ୍ୟଙ୍କୁ ଭେଟି ଅଭିଯୋଗ କରିଛନ୍ତି । ତାଙ୍କ ନାମାଙ୍କନଙ୍କୁ ନାକଚ କରିବା ଲାଗି ଦାବି କରିଛନ୍ତି । ଏପରି ଅଭିଯୋଗ ଆଣିଛନ୍ତି ୩୦ରୁ ଅଧିକ ବରିଷ୍ଠ ନାଗରୀକ ।
Pitabash Dash Balianta Block
Unfortunate