ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ମାଓ ଦମନ ଅପରେସନକୁ ଆହୁରି ଜୋରଦାର କରାଯିବ । ଗୁଇନ୍ଦା ନେଟୱାର୍କୁ ଏଥିପାଇଁ ବ୍ୟାପକ କରାଯାଉଛି । ପଡୋଶୀ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଓ ତେଲେଙ୍ଗାନା ଉପରେ ଅଧିକ ଫୋକସ ରହିଛି । ବିଶେଷ କରି କୋରାପୁଟ, ମାଲକାନାଗିରି, ନୂଆପଡା, କଳାହାଣ୍ଡି ଓ ରାୟଗଡ଼ାରେ ମାଓଦମନ ଅପରେସନକୁ ଜୋରଦାର କରାଯିବ ବୋଲି ସୂଚନା ଦେଇଛନ୍ତି ପୁଲିସ ଡିଜି ରାଜେନ୍ଦ୍ର ପ୍ରଶାଦ ଶର୍ମା ।
ଗତ ୪୮ଘଣ୍ଟା ଭିତରେ ପୁଲିସକୁ ବହୁ ସଫଳତା ମିଳିଛି ବୋଲି ମଧ୍ୟ ଗଣମାଧ୍ୟମକୁ ଜଣାଇଛନ୍ତି ଡିଜିପି । ସେ କହିଛନ୍ତି ଏନକାଉଣ୍ଟରରେ ମୃତ୍ୟୁ ହୋଇଥିବା ୭ଜଣ ମାଓବାଦୀଙ୍କ ମଧ୍ୟରୁ ୨ଜଣ ଡିଭିଜନାଲ ମେମମ୍ବର ଥିଲେ । ଏମାନଙ୍କ ଉପରେ ୫ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରାଯାଇଥିଲା । ସେହିପରି ପ୍ରାଣ ହରାଇଥିବା ଆଉ ଜଣଙ୍କ ଉପରେ ସରକାର ୪ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଥିଲେ । ଅପରେସନ ଏବେ ବି ଜାରି ରହିଛି ।