ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ମାଓବାଦୀଙ୍କ ଉନ୍ମତକାଣ୍ଡ । ଗୋଟିଏ କି’ ଦୁଇଟି ନୁହେଁ ୩ଟି ବସ ସମେତ ୩ଟି ଟ୍ରକ ଜାଳିଦେବା ସହ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ମାଲକାନାଗିରି ସୀମାନ୍ତ ଦୋରନପାଲ ଏରିଆରେ ଏହି ଅଘଟଣ ଘଟିଛି ।
ଜଣେ ଯାତ୍ରୀଙ୍କୁ ପୁଲିସ ଇନଫର୍ମର ଭାବି ସନ୍ଦେହରେ ହତ୍ୟା କରାଯାଇଥିବା ଜଣାପଡିଛି । ମରଲକାନାଗିରିରୁ ହାଇଦ୍ରାବାଦ ଯାଉଥିବା ବସରେ ପୁଲିସ ଇନଫର୍ମରର ଥିବା ସନ୍ଦେହ କରି ମାଓବାଦୀମାନେ ଗାଡିର ପିଛା କରିଥିଲେ । ଦୋରନପାଲ ପାଖରେ ଗାଡିକୁ ଅଟକାଇ ବସ ଭିତରୁ ଜଣଙ୍କୁ ଘୋଷାଡି ଆଣି ହତ୍ୟା କରିଥିଲେ । ବାକି ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇବା ଲାଗି କହି ଶେଷରେ ଗାଡିଟିରେ ନିଆଁ ଲଗାଇ ଦେଇଥିଲେ । ଏହା ପରେ ପରେ ବାକି ୩ଟି ଟ୍ରକରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ଘଟଣାର ତଦନ୍ତ ଜାରି ରହିଛି ।
(Pic Courtesy: OTV)