ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଲିସ ବ୍ଲକିଂ ଲାଗି ଅଳ୍ପକେ ଚାଲି ଯାଇଥାନ୍ତା ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ଜୀବନ । ବିଶ୍ୱାସ ହେଉନଥିଲେ ବି କଥାଟା ଏକଦମ ସତ । ପୁଲିସକୁ ଚକମା ଦେଇ ଅଭିଯୁକ୍ତମାନେ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗାଡି ଧକ୍କା କରିବାକୁ ସେମାନେ ପଛାନଇଥିଲେ । ଭାଗ୍ୟଭଲ ଅଳ୍ପକେ ବର୍ତିଯାଇଛନ୍ତି ପ୍ରତିନିଧି ଜଣକ । ତାଙ୍କ ନା ଦିଲ୍ଲୀପ ମିଶ୍ର ।
ଏକ ପ୍ରମୁଖ ଗଣମାଧ୍ୟମରେ କାମ କରୁଥିବା ଦିଲ୍ଲୀପ ଘରକୁ ଫେରୁଥିଲେ । ରବି ଟକିଜ ନିକଟରେ ପୁଲିସର ବ୍ଲକିଂ ଚାଲିଥାଏ । କାରରେ ଥିବା ଯୁବକ ନିଶାରେ ଥିବାରୁ ପୁଲିସ କବଳରୁ ଖସିବାକୁ ଉଦ୍ୟମ କରିଥିଲେ । ତେଣୁ ଆଗରେ ଯାଉଥିବା ଦିଲ୍ଲୀପଙ୍କ ଗାଡିକୁ ସେମାନେ ଜାଣିଶୁଣି ଧକ୍କା ଦେଇ ଫେରାର ହୋଇଯାଇଥିବା ଜଣାପହିଛି । ଗୁରୁତର ଅବସ୍ଥାରେ ଦିଲ୍ଲୀପଙ୍କୁ ଉଦ୍ଧାର କରି ପୁଲିସ ଚିକିତ୍ସା ଲାଗି କ୍ୟାପିଟାଲ ହସପିଟାଲରେ ଭର୍ତି କରିଛି । ସ୍ଥାନୀୟ ସିସିଟିଭି ଯାଁଚ କରି ପୁଲିସ କାରର ଠିକଣା ପାଇଥିବା ବେଳେ ଖୁବ ଶ୍ରୀଘ ତାକୁ ଧରାଯିବ ବୋଲି ବଡ଼ଗଡ଼ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।