ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଦିଦିଙ୍କୁ ଖୁସି କରାଇଲେ ମୋଦି । ଅଙ୍ଗନ ବାଡି କର୍ମୀଙ୍କ ପାଇଁ ହାତ ଖୋଲିଦେଲେ ମୋଦି । କେନ୍ଦ୍ର ସରକାର ବଢାଇଲେ ଅଙ୍ଗନବାଡି କର୍ମୀଙ୍କ ଦରମା । ନିର୍ବାଚନକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଚଳାଇଲେ ଗୋଟି । ଆଜି ଦେଶର ସମସ୍ତ ଅଙ୍ଗନବାଡି କର୍ମୀ ଓ ଆଶା କର୍ମିଙ୍କ ଦରମା ବଢିଛି ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ତେବେ ପୁର୍ବରୁ ଅଙ୍ଗନବାଡି କର୍ମୀ ମାନେ ମାସିକ ୩୦୦୦ ଟଙ୍କା ପାଉଥିବା ବେଳେ ଏବେ ସେମାନେ ୪୫୦୦ ଟଙ୍କା ଦରମା ପାଇବେ ବୋଲି ମୋଦି ଘୋଷଣା କରିଛନ୍ତି ।
ସେହିଭଳି ଯୋଉଁମାନେ ପୁର୍ବରୁ ୨୨୦୦ ଟଙ୍କା ପାଉଥିଲେ ସେମାନଙ୍କୁ ୩୫୦୦ ଟଙ୍କା ମିଳିବ ବୋଲି ଜଣା ପଡିଛି । ଅଙ୍ଗନବାଡି ସହାୟିକା ମାନଙ୍କ ଦରମା ୧୫୦୦ ରୁ ୨୨୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେପଟେ ଆଶା କର୍ମିଙ୍କ ଦରମା ମଧ୍ୟ ଦୁଇଗୁଣ ବଢାଇଛନ୍ତି କେନ୍ଦ୍ର ସରକାର । ଆଜି ପ୍ରଧାନମନ୍ତ୍ରୀ ମୋଦି ଏନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଘୋଷଣା କରିଛନ୍ତି ।
ଆଶା କର୍ମୀ ଓ ସହାୟିକା ମାନଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ମଧ୍ୟମରେ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିବା ନେଇ ଖୋଦ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି । ସେପଟେ ଅଙ୍ଗନୱାଡି କର୍ମୀ ଓ ହେଲପର୍ମାନେ କମନ୍ ଆପ୍ଲିକେସନ୍ ସଫ୍ଟୱେଆର (ଆଇସିଡିଏସ୍-ସିଏଏସ୍) ବ୍ୟବହାର କଲେ ଅତିରିକ୍ତ ପ୍ରୋତ୍ସାହନ ରାଶି ପାଇପାରିବେ ବୋଲି ମୋଦି କହିଛନ୍ତି । ଏହା ୨୫୦ରୁ ୫୦୦ ଟଙ୍କା ଯାଏ ରହିବ। ଏହି ପ୍ରୋତ୍ସାହନ ରାଶି କର୍ମଚାରୀଙ୍କ କାର୍ୟ୍ୟ ଦକ୍ଷତା ଅନୁସାରେ ପ୍ରଦାନ କରାଯିବ ବୋଲି କହିଛନ୍ତି ମୋଦି ।