ଭୁବନେଶ୍ୱର,୧୦ା୨/(ବ୍ୟୁରୋ): ଢ଼େରଦିନ ହେଲାଣି ରହି ଗଲେଣି । ଚେର ଟାଇଟ ହେବା ସ୍ୱାଭାବିକ । ଖାସ ଏଥିପାଇଁ ତ’ ତାଙ୍କର ବେଶ ଦବଦବାବ ବି ରହିଛି । ଏବେ ପ୍ରଧାନ ମନ୍ତ୍ରୀ ମୋଦୀଙ୍କୁ ବି ଟକ୍କର ଦେବାକୁ ସେ ଆଉ ପଛାଇ ନାହାନ୍ତି । ଚଢ଼ିବାକୁ ବାହାରିଛନ୍ତି ବୁଲେଟ ପ୍ରୁଫ କାର । ଆମେ କହୁଛୁ ଜଣେ ଥାନା ଅଧିକାରୀଙ୍କ କଥା ।
ଟୁଇନସିଟିରେ ଥିବା ଏହି ବାବୁ ଏବେ କୋଟି ପତି ଠୁ କିଛି କମ ନୁହନ୍ତି ବୋଲି ଚର୍ଚ୍ଚା ହେଉଛି । ତାଙ୍କ ଘର ଆଗରେ ପୁଣି ଠିଆ ହୋଇଛି ଦାମିକିଆ ଗାଡି । ଆଶ୍ଚର୍ଯ୍ୟର କଥା ମୋଦିଙ୍କୁ ବୁଲେଟ ପ୍ରୁଫ କାର ଚଢ଼ିବାକୁ ପ୍ରଧାନମନ୍ତ୍ରୀ ହେବାକୁ ପଡିଲା ଏଠି କିନ୍ତୁ ବାବୁ ରାତାରାତି ସେହି ଗାଡି ଚଢ଼ିଦେଲେ । କେବଳ ଏତିକି ନୁହେଁ ଢ଼େର ସାରା ସୁନାଅଳଙ୍କାର ବି ବାବୁ ପୋଛି ନେଇଥିବା ସାଧାରଣରେ ଆଲୋଚନା ହେଉଛି ।
ଏଠି ପ୍ରଶ୍ନ ଉଠୁଛି ଜଣେ ଥାନା ଅଧିକାରୀ ଏତେ ଟଙ୍କା ପାଇଲେ କୋଉଠୁ? କେଉଁଠୁ ଆଣିଲେ ଏ ଦାମିକିଆ ଗାଡି? ସବୁଠୁ ବଡ଼ କଥା ହେଉଛି ଅନ୍ୟମାନଙ୍କ ନଜରରୁ ହଟିବା ଲାଗି ବାବୁ ଏବେ କାରଟିକୁ ଲୁଚାଇ ରଖିଛନ୍ତି । ବେଳେ ଚଢ଼ୁଛନ୍ତି । ଏହା ଉପରେ ଯାଞ୍ଚ କରାଗଲେ ବହୁତ କିଛି ତଥ୍ୟ ସାମ୍ନାକୁ ଆସିବ । ବାବୁମାନେ ଗାଦି ମାଡି ବସିବାରୁ ଲୋକଙ୍କ ତଣ୍ଟି ଚିପି ଏମିତି ଫାଇଦା ଉଠାଇବାକୁ ସେମାନେ ସକ୍ଷମ ହେଉଛନ୍ତି ବୋଲି ଲୋକେ କହୁଛନ୍ତି ।