ବ୍ରହ୍ମପୁର,(ନବୀନ ରାଜ ଆଚାରୀ): ଯେଉଁ ମା’ ୯ମାସ ଗର୍ଭରେ ରଖି ପୁଅକୁ ଜନ୍ମ ଦେଲା ଶେଷରେ ସେ ପୁଅ ହିଁ ସାଜିଲା ସଇତାନ । ଅତି ବିଭତ୍ସ ଭାବେ ହତ୍ୟା କଲା ମା’କୁ । ଏଭଳି ଏକ ଅଭାନୀୟ ଘଟଣା ଘଟିଛି ରମ୍ଭା ଥାନା ଅନ୍ତର୍ଗତ ସନ୍ତୋଷପୁର ହରିଜନ ସାହିରେ । ମା’ ଶୋଇଥିବା ବେଳେ ପୁଅ ଟାଙ୍ଗୀଆରେ ହାଣି ହତ୍ୟା କରିଥିବା ଜଣାପଡିଛି । ପୁଲିସ ହତ୍ୟାକାରୀ ପୁଅ ବିକ୍ରମ ଦାସକୁ ଗିରଫ କରିଛି ।
ପୁଲିସ ରିପୋର୍ଟ ଅନୁସାରେ, ଦୀର୍ଘଦିନ ହେବ ବିକ୍ରମଙ୍କ ମା ରୋଗାଗସ୍ତ ଥିଲେ । ଯେଉଁଥି ପାଇଁ ବହୁ ଅର୍ଥର ଆବଶ୍ୟକ ମଧ୍ୟ ପଡୁଥିଲା । ଯାହାକୁ ନେଇ ବିକ୍ରମ ଚିନ୍ତାରେ ରହୁଥିଲେ । ତେଣୁ ଗତକାଲି ରାତିରେ ମା’କୁ ଟାଙ୍ଗୀଆରେ ହାଣି ହତ୍ୟା କରିବା ପରେ ଅତି ଚାଲାକର ସହ ମୃତଦେହକୁ ନେଇ ପୋତି ଦେଇଥିଲେ । ତେବେ ଏନେଇ ସୂଚନା ପାଇବା ପରେ ପୁଲିସ ଆରମ୍ଭ କରିଥିଲା ତଦନ୍ତ । ବିକ୍ରମକୁ ଗିରଫ କରି ପଚରାଉଚରା କରିବା ପରେ ସବୁ କଥା ପଦାକୁ ଆସିଥିଲା ।
ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଟାଙ୍ଗୀଆକୁ ଜବତ କରାଯିବା ସହ ହତ୍ୟାକରୀକୁ ଗିରଫ କରାଯାଇଛି ବୋଲି ଥାନା ଅଧିକାରୀ ନମିତା ନାୟକ ଏଟିଆରକୁ ଜଣାଇଛନ୍ତି । ଏନେଇ କେସ ନମ୍ବର ୯୫/୧୮ରେ ମାମଲା ରୁଜୁ ହୋଇଛି ।