ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ସାମାନ୍ୟ ପାରିବାରିକ କଳହ କେତେ ଯେ ଉଗ୍ରରୂପ ନିଏ ତାହାର ଦୁଇଟି ଦୁଃଖଦ ଘଟଣା ନଜରକୁ ଆସିଛି । ଅନୁଗୁଳରେ ପୁଅ ହାତୁଡିରେ ବାପା-ମାଙ୍କୁ ପିଟିପିଟି ହତ୍ୟା କରିଥିବା ବେଳେ ଦେବଗଡ଼ରେ ସଇତାନ ପୁଅ ବାପାକୁ ଗୁଳି କରି ହତ୍ୟା କରିଛି । ଦୁଇଟି ଯାକ ଘଟଣା ଏବେ ସବୁଠି ଚାଞ୍ଚଲ୍ୟ ଖେଳାଇ ଦେଇଛି । ଅନୁଗୁଳ କିଶୋରନଗର ଥାନା ଅଧିନରେ ଘଟିଥିବା ରିପୋର୍ଟ କହୁଛି ହତ୍ୟାକରୀ ହେଉଛି ଦୁଃଖୀଶ୍ୟାମ ବଘାର ।
ପୁଲିସ ରିପୋର୍ଟ ଅନୁସାରେ, ଗୁରୁବାର ରାତିରେ କୌଶସି କଥାକୁ କେନ୍ଦ୍ରକରି ଦୁଃଖୀଶ୍ୟାମ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତକ୍ଷିପ୍ତ ହୋଇ ଦୁଃଖୀଶ୍ୟାମ ତାଙ୍କ ପତ୍ନୀକୁ ନିସ୍ତୁକ ମାଡ଼ ମାରିଥିଲେ । ଯାହାର ପ୍ରତିବାଦ କରିଥିଲେ ଦୁଃଖୀଶ୍ୟାମଙ୍କ ବାପା ଓ ମା । ବାସ ଏତିକିରେ ଦୁଃଖୀଶ୍ୟାମର ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ସ୍ତ୍ରୀକୁ ଛାଡି ସିଧା ବାପା-ମାଙ୍କୁ ଆକ୍ରମଣ କରିଥିଲା ସେ । ଏକ ହାତୁଡିରେ ଉଭୟଙ୍କ ମୁଣ୍ଡକୁ ପିଟି ଦେଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ମୃତକ ବାପା-ମା ହେଲେ କରୁଣା ବଘାର ଓ ଚମ୍ପା ।
ସେହିପରି ଦେବଗଡ଼ରେ ମଧ୍ୟ ସଇତାନ ପୁଅ ଗୁଳିରେ ସବୁଦିନ ଲାଗି ଆଖି ବୁଜିଛନ୍ତି ବାପା । ପାରିବାରିକ କଳହକୁ ନେଇ ମଦ୍ୟପ ପୁଅ ବାପାକୁ ସବୁଦିନ ଲାଗି ରାସ୍ତାରୁ ହଟାଇ ଦେଇଛି । ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଛି ।