ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଯାହାଙ୍କ ସ୍ୱର ଶୁଣିଲେ ଯୁବପିଢ଼ୀ ବାୟା ହୋଇ ଯାଆନ୍ତି । ଷ୍ଟେଜ ଖାଲି ଉଠେ ଆଉ ପଡେ । ସେ ଗାୟିକା ଏବେ ଭୁବନେଶ୍ୱର ଆସୁଛନ୍ତି । ଖୁବ ଶୀଘ୍ର ଦେଖିବାକୁ ପାଇବେ ତାଙ୍କ ଝଲକ । ଶୁଣିବାକୁ ପାଇବେ ମନଲୋଭା ଗୀତ ।
ଆମ କହୁଛୁ ଖୁବ କମଦିନରେ ଇଣ୍ଡଷ୍ଟ୍ରିକୁ ଆସି ଥରହର କରୁଥିବା କଣ୍ଠଶିଳ୍ପୀ ନେହା କର୍କରଙ୍କ କଥା । ମେ’ ୨୭ରେ ସେ ଭୁବନେଶ୍ୱର ଆସୁଛନ୍ତି । ଏକ ଜୁଏଲାରୀ ଦୋକାନର ଉତ୍ସବରେ ସେ ଯୋଗଦେବେ । ଏବେ ତାଙ୍କ ହୋର୍ଡିଂ ସବୁ ଆଡେ ଲାଗିଛି । ନେହାଙ୍କ ଆସୁଥିବା ଖବର ପାଇ ତାଙ୍କ ଫ୍ୟାନଙ୍କ ମନରେ ଏବେ ଖୁସି କହିଲେ ନସରେ ।