ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ହାତରେ ସାଲାଇନ ଲାଗିଛି । ମେଡିକାଲ ବେଡରେ ପଡିଛନ୍ତି ଛାତ୍ରୀ । ତେବେ ତାଙ୍କ ଅବସ୍ଥା ଏଭଳି କେମିତି ହେଲା ତାହା ଜଣାପଡିନଥିବା ବେଳେ ପରିବାର ଲୋକଙ୍କ ଅଭିଯୋଗ ଝିଅକୁ ଅପହରଣ କରାଯାଇଥିଲା । ଶୁକ୍ରବାର ସକାଳୁ ନିଖୋଜ ଥିବା ଝିଅକୁ ନେଇ ପରିବାର ଲୋକେ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ । ତେବେ ଗତକାଲି ରାତିରେ ଅଖା ଭିତରେ ହାତଗୋଡ ବନ୍ଧାଯାଇ ଛାତ୍ରୀଙ୍କୁ ବାଡି ପଟେ କେହି ଫିଙ୍ଗି ଦେଇଯାଇଥିଲେ । ପରିବାର ଲୋକେ ଏହା ଦେଖିବା ପରେ ଛାତ୍ରୀଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଛନ୍ତି । ଏଭଳି ଏକ ଲୋମାଟାଙ୍କୁରା ଘଟଣା ଘଟିଛି ଭଦ୍ରକ ତିହିଡି ଥାନା ଗଣ୍ଡପଡା ଗାଁରେ । ୨ଜଣ ଯୁବକ ଝିଅକୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିବା ବେଳେ ପୁଲିସ ଏବେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ରିପୋର୍ଟ ଅନୁସାରେ, ୧୬ବର୍ଷର ଏହି ନାବାଳିକା ଝିଅଟି ଘରେ ଥିବା ବେଳେ ଅଚାନକ ୨ଜଣ ଯୁବକ ଏକ ବାଇକରେ ତାକୁ ଟେକି ନେଇଥିଲେ । ପରିବାର ଲୋକେ ଏନେଇ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ତ୍ୱରିତ ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି । ତେବେ ରାତି ୮ଟା ବେଳକୁ ନାବାଳିକା ଜଣଙ୍କ ଘର ପଛ ପାଖ ବିଲରେ ଗୋଡ ହାତ ବନ୍ଧା ହୋଇ ପଡି ରହିଥିବା ଦେଖିବାକୁ ମିଳିଥିଲା । ନାବାଳିକାର ଦେହରେ ଅନେକ କ୍ଷତ ଚିହ୍ନ ରହିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024