କିଡ୍ନୀ ଶୂନ୍ୟ ନିଆରା ଗାଁ
ଆପଣମାନେ ଅନେକ ଭିନ୍ନ ଭିନ୍ନ ଗାଁ ବିଷୟରେ ଜାଣିଥିବେ । ମାତ୍ର ଭାରତର ପଡୋଶୀ ରାଜ୍ୟ ନେପାଳ ଯାହା ପ୍ରଚୀନ ସଂସ୍କୃତି, ପାହାଡ, ଏବଂ ଦେବାଦେବୀଙ୍କ ମନ୍ଦିର ପାଇଁ ବେଶ୍ ଜଣା ଶୁଣା । ଏହି ଦେଶରେ ଥିବା ଏକ ଗାଁ ର ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ଲୁହ ରହିବ ନାହିଁ । ଏବେ ସୋସିଆଲ ମିଡିଆରେ ଏହି ଗାଁର ଏକ ଅଭାବନୀୟ ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । ଆଜ୍ଞା ହଁ ଏହି ଗାଁରେ ଥିବା ସମସ୍ତ ବ୍ୟକ୍ତି ତାଙ୍କର କିଡ୍ନୀ ବିକ୍ରି କରିଦେଇଛନ୍ତି ବୋଲି ଶୁଣିବାକୁ ମିଳୁଛି ।
ଅଭିଯୋଗ ହୋଇଛି ଏହି ଗାଁରେ ଥିବା ନିରିହ ବ୍ୟକ୍ତିଙ୍କୁ ଜାଲରେ ଫସାଇ ଦଲାଲ ମାନେ ସେମାନଙ୍କର କିଡ୍ନୀ କାଢ଼ି ନିଅନ୍ତି । ଏଥିରେ ସେମାନଙ୍କୁ ମୋଟା ଅଙ୍କର ଟଙ୍କା ଲୋଭ ଦେଖାଇ ଥାଆନ୍ତି । ଖାଲି ଏତିକି ନୁହେଁ ଗାଁର ଲୋକଙ୍କୁ ଦ୍ୱିତୀୟ ଥର ପାଇଁ ଶରୀରରେ କିଡନୀ ଲାଗି ପାରିବ ବୋଲି ମିଛ ପ୍ରତିଶୃତି ମଧ୍ୟ ଦେଇଥାଆନ୍ତି ।
ଏହା ନେପାଳରେ ସବୁଠାରୁ ପଛୁଆ ରାଜ୍ୟ ଥିବା ବେଳେ ଏଠାରେ ଏପର୍ଯ୍ୟନ୍ତ ଶିକ୍ଷାର ବିକାଶ ହୋଇ ପାରିନାହିଁ । ଲୋକମାନଙ୍କର ଆର୍ଥିକ ଅବସ୍ଥା ଏବଂ ନିରିହପଣର ଫାଇଦା ଉଠାଇ ଦାଲାଲ ସେମାନଙ୍କୁ ଠକି ଥାଆନ୍ତି । ଏହାସହ କିଡନୀ ଦେଲେ ଲକ୍ଷ ଟଙ୍କା ମିଳିବ ବୋଲି ବହୁ ସ୍ୱପ୍ନ ଦେଖାଇ ଥାଆନ୍ତି । ଏହାପରେ ଅସ୍ତ୍ରପଚାର କରି ସେମାନଙ୍କର କିଡନୀ ବାହାର କରି ଦେଇଥାଆନ୍ତି ।
ଦଲାଲ ଗ୍ରାମବାସୀଙ୍କୁ ମିଛ କହିବା ସହ ସେମାନଙ୍କର କିଡ଼ନୀ ପୁଣି ଥରେ ନୁଆ କରି ଗଢ଼ି ଉଠିବ ବୋଲି ଭୁଆଁ ବୁଲାଇ ଥାଆନ୍ତି । ଲୋଭର ବସବର୍ତି ହୋଇ ଗାଁ ଲୋକେ ଦଲାଲଙ୍କୁ କିଡ଼ନୀ ବିକ୍ରି କରି ଦିଅନ୍ତି । ସତ ଜାଣିବା ପରେ ଏହି ଗାଁ ଲୋକ ଅନୁତାପ କରି ଥାଆନ୍ତି । ଅର୍ନ୍ତଜାତୀୟ ଗଣମାଧ୍ୟମର ସାହାଯ୍ୟ ନେଇ ଗ୍ରାମବାସୀ ଏହି ସାଂଘାତିକ ଅଭିଯୋଗ ଲୋକଲୋଚନକୁ ଆଣିଛନ୍ତି ।