ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଖୁଲମଖୁଲ୍ଲା ପ୍ରେମ । ରୋକିବାକୁ ବି କେହି ସାହାସ କରିବେନି । ପାର୍କରେ ହେଉ କି’ ରାସ୍ତାରେ ସିନା ବାଳୁଙ୍ଗାଙ୍କୁ ଡର ହେଲେ ଥାନା ପାଖରେ? ଯଦି ରୋମାନ୍ସ ହୁଏ ତେବେ କାହା ଜିଭରେ ହାଡ ଅଛି ପଦେ କହିବା ଲାଗି । ଖାସ ଏଥିପାଇଁ ତ ଏବେ ଥାନା ପାଖ ଏରିଆ ରୋମାନ୍ସ ସ୍ପଟ ସାଜିଛି ପ୍ରେମୀ ଯୁଗଳଙ୍କ ଲାଗି । ଯାହାର ଏକ ଝଲକ ଦେଖିବାକୁ ମିଳିଛି ଖାରବେଳନଗର ଥାନା ସମ୍ମୁଖରେ । ଅପରାହ୍ଣ ପ୍ରାୟ ସାଢ଼େ ୪ଟା ହେବ । ହଠାତ ପ୍ରେମୀ ଯୁଗଳ ପହଞ୍ଚିଲେ ଥାନା ସମ୍ମୁଖରେ । ବାସ ଏହାପରେ ଆରମ୍ଭ ହୋଇଗଲା ରୋମାନ୍ସ । କେତେବେଳେ କୋଳାକୋଳି ତ’ ଆଉ କେତେବେଳେ ପପି ଦିଆନିଆ ।
ହୁଏତ ଏହା ଆପଣଙ୍କୁ ବିଶ୍ୱାସ ହୋଇନପାରେ । କିନ୍ତୁ ଏମିତି କିଛି ଘଟଣା ନଜରକୁ ଆସିଛି । ଯାହାର କାଣିଚାଏ ଝଲକ ଆମେ ଆପଣଙ୍କୁ ଫଟୋ ମାଧ୍ୟମରେ ସୂଚାଇ ଦେଉଛୁ । କହି ରଖିଛୁ ଆଠୁ ବି ସାଙ୍ଘାତିକ ଫଟୋ ଆମର ହସ୍ତଗତ ହୋଇଛି । ଯାହା ପୋଷ୍ଟ କରିବା ଆମ ପକ୍ଷରେ ସମ୍ଭବ ପର ନୁହଁ । ତେବେ ଥାନା ସମ୍ମୁଖରେ ଏଭଳି ରୋମାନ୍ସ ଦେଖି ଆଜି ଅନେକ ଆଖି ଖୋଷି ପକାଇଥିଲେ । ଜୁଏଲାରୀ ଦୋକାନ କର୍ମଚାରୀ ତ’ ଏଭଳି କିଛି ସିନ ଦେଖି ତାଙ୍କ ଆଖି ଟେରା ହୋଇଯାଇଥିଲା । କିନ୍ତୁ ଏସବୁଠୁ ବିଲକୁଲ ଦୂରରେ ଥିଲେ ପ୍ରେମୀ ଯୁଗଳ । କାହାକୁ ଯେମିତି କିଛି ପରୱା ନଥିଲା । ବିଚ ରାସ୍ତାରେ ଆଉ ଥାନା ସମ୍ମୁଖରେ ସେମାନେ କରିଥିଲେ ରୋମାନ୍ସ । ପାଖାପାଖି ୧୫ମିନିଟ କାଳ ଏହି ରୋମାନ୍ସ ଚାଲିଥିବା ବେଳେ ବାଟରେ ଯାଉଥିବା ଲୋକେ ବି କିଛି ସମୟ ଅଟକି ଯାଇଥିଲେ । ପାର୍କ ଓ ରୁମ ବ୍ୟତିତ ଥାନା ସମ୍ମୁଖରେ ଏଭଳି ଦୃଶ୍ୟ ଆଜିକାର ଯୁବପିଢ଼ୀ ବାଟହୁଡୁଥିବାର ଏକ ନଜିର ବୋଲି ଲୋକେ ମତ ରଖିଛନ୍ତି ।