ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଓଡିଶାର ପର୍ଯ୍ୟଟନକୁ ଅଧିକ ସମୃଦ୍ଧ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ, ଗତ ଡିସେମ୍ବର ୧୪ ତାରିଖରେ ପୁରୀ ବେଳାଭୂମିରେ ଆରମ୍ଭ କରାଯାଇଥିଲା ଇକୋ-ରିଟ୍ରିଟ୍ ।
୪୯ ଦିନର ଏହି ଉତ୍ସବକୁ ଦେଖିବାକୁ କେବଳ ଓଡ଼ିଶାରୁ ନୁହେଁ ବିଦେଶରୁ ମଧ୍ୟ ବହୁ ପର୍ଯ୍ୟଟକ ଆସୁଛନ୍ତି । ଇକୋ-ରିଟ୍ରିଟ୍ ରେ ପର୍ଯ୍ୟଟକ ମାନଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା କାରଯିବା ସହିତ ଟୁରିଜିମ୍ ପୋଲିସିଂ ଦ୍ୱାରା ପର୍ଯ୍ୟଟକ ମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି ।
ଇକୋ-ରିଟ୍ରିଟ ର ଟେଣ୍ଟ ଗୁଡିକ ପାଇଁ ପ୍ରଥମ ଦିନରେ ୧୫୦ଟି ବୁକିଂ କରାଯାଇଥିବା ବେଳେ ଏବେ ବୁକିଂ ସଂଖ୍ୟା ଆସି ୧୫୦୦ ପହଞ୍ଚିଛି । ତେବେ ଇକୋ-ରିଟ୍ରିଟ୍ର ଏହି ଗ୍ରାଣ୍ଡ ସକ୍ସେସରେ ଓଡ଼ିଶାର ପର୍ଯ୍ୟଟନ ସମୃଦ୍ଧ ହେବ ବୋଲି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହି କହିଛନ୍ତି ।
ସେହିଭଳି ପିକନିକ ଋତୁରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଟୁରିଜିମ ପୋଲିସିଂ ଜରିଆରେ ପୋଲିସ କୁ ଉତ୍ତମ ବ୍ୟବହାର ପ୍ରର୍ଦଶନ କରିବାକୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି । ସେପଟେ ପର୍ଯ୍ୟଟନ ସ୍ଥଳୀର ସ୍ଥାନୀୟ ଏସିପି ଓ ପୋଲିସ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସଚେତନ ଅଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହି ସୁଚନା ଦେଇଛନ୍ତି ।