ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବଢ଼ିଲା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା । ବିନା ଯାଞ୍ଚରେ ଏବେ କେହି ବି ପାଖ ମାଡିବେ ନାହିଁ । ସେ ନେତା ହୁଅନ୍ତୁ ଅବା ମନ୍ତ୍ରୀ । ସମସ୍ତେ ରହିବେ ସ୍କାନରରେ ।
କିଛିଦିନ ତଳେ ରାଜୀବ ଗାନ୍ଧୀଙ୍କ ଶୈଳୀରେ ମୋଦୀଙ୍କୁ ହତ୍ୟା କରାଯିବାର ମାଓବାଦୀମାନେ ଧମକ ଦେବା ପରେ ଏଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗୃହ ମନ୍ତ୍ରାଳୟ ବି ଏଥିପାଇଁ ବେଶ ସଜାଗ ରହିଥିବା ଜଣାପଡିଛି । ସେପଟେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ କମ କରିବାକୁ ସୁରକ୍ଷା କର୍ମୀ ପକ୍ଷରୁ କୁହାଯାଇଛି ।