ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କିଏ କିଏ କହନ୍ତି ପୁଲିସର ମାନବିକତା ନାହିଁ । ଅପରାଧୀଙ୍କ ଆଖ ପାଖରେ ରହି ରହି ପୁଲିସ ପୂରା ନିଷ୍ଠୁର ହୋଇଯାଇଛି । ଏତିକି ନୁହେଁ ଲାଁଚୁଆ, ଚୋର ଏପରିକି କେତେକ’ଣ ସାର୍ଟିଫିକେଟ ବି’ ବିନା କାରଣରେ ପ୍ରଦାନ କରାଯାଏ ପୁଲିସକୁ ।
ହେଲେ ଆଜି ବି ଏମିତି ଅନେକ ପୁଲିସ କର୍ମଚାରୀ ଅଛନ୍ତି ଯାହାଙ୍କ କାର୍ଯ୍ୟ ସାଧାରଣରେ ବେଶ ପ୍ରଶସାଂ ଲାଭ କରିଛି । ହେଲେ ନା ସେଗୁଡିକ ଠିକ ସେ ଲୋକ ଲୋଚନକୁ ଆସିପାରିଛି ନା’ ଆସିଥିଲେ ମଧ୍ୟ ତାକୁ ଗ୍ରହଣ କରିବାକୁ ଲୋକେ ରାଜି ଅଛନ୍ତି । ତଥାପି ପୁଲିସ ସର୍ବଦା ସାଧରଣ ଲୋକଙ୍କ ସୁରକ୍ଷା ଲାଗି ତୟାର ରହିଛି । କମିଶନରେଟ ପୁଲିସରେ କାର୍ଯ୍ୟରତ ଏଭଳି କେତେକ ପୁଲିସ କର୍ମଚାରୀଙ୍କ ବାୟୋଡାଟା ଖୋଜିଥିଲା ଏଟିଆର ଟିମ ।
ସଞ୍ଜୀବ ଶତପଥୀ: ଖାରବେଳନଗର ଥାନାରେ ଆଇଆଇସି ଥିବା ସମୟରେ ଅଚାନକ ରାସ୍ତାରେ ଜଣେ ବୃଦ୍ଧା ଅସୁସ୍ଥ ହୋଇପଡିଥିଲେ । ଖାଇବାକୁୁ ଯାଉଥିବା ସଞ୍ଜୀବ ଶତପଥୀ ସେଠାରେ ପହଁଚି ବୃଦ୍ଧାଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ଲାଗି ହସପିଟାଲ ପଠାଇଥିଲେ । ତାଙ୍କର ଏପରି କାର୍ଯ୍ୟକୁ ସେତେବେଳେ ସବୁ ସ୍ତରରେ ପ୍ରଶସାଂ କରାଯାଇଥିଲା ।
ବନିତା ମହାରଣା: ଲେଡି ସିଙ୍ଗମ ଭାବେ ପରିଚିତ ଏହି ଅଫିସର ଜଣଙ୍କ ସେତେବେଳେ ବହୁ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ସେ ସହିଦନଗର ଥାନାରେ ଏସଆଇ ରହିଥିଲେ । ଏକାସଙ୍ଗେ ମହିଳା ଓ ଶିଶୁଡେକ୍ସର ଦାୟିତ୍ୱ ସମ୍ଭାଳିବା ସହ ସିନିୟର ସିଟିଜେନଙ୍କ କଥା ବୁଝିଥୁଲେ । ଘରର ଝିଅ ପରି ବ୍ୟବହାର କରୁଥିବା ବହୁ ବୃଦ୍ଧବୃଦ୍ଧା ବନିତାଙ୍କ ବିଷୟରେ ଖୋଦ କମିଶନରଙ୍କୁ ଜଣାଇଥିଲେ ।
ନିର୍ମଳ ଶତପଥୀ: ଟ୍ରାଫିକ ଏସିପି ଦାୟିତ୍ୱରେ ଥିବା ବେଳେ ଜଣେ ଦୁର୍ଘଟଣାଗସ୍ତ ଲୋକଙ୍କୁ ତୁରନ୍ତ ହସପିଟାଲରେ ପହଁଚାଇ ବେଶ ସହରବାସୀଙ୍କ ଆଶା ଓ ବିଶ୍ୱାସ ଜିତିପାରିଥିଲେ ନିର୍ମଳ ଶତପଥୀ ।
ଅନୁପ କାନୁନଗୋ: ଯାହାଙ୍କ ନାଁ ଶୁଣିଲେ ଅପରାଧୀଙ୍କ ଛନକା ପଶିଯାଏ । ସାଧାରଣ ଲୋକେ ଟାଣୁଆ ଅଫିସର ବୋଲି କହନ୍ତି । ଆମେ କହୁଛୁ ଏସିପି ଅନୁପ କାନୁନଗୋଙ୍କ ସମ୍ପର୍କରେ । ଦୁର୍ଘଟଣାର ଶିକାର ହୋଇଥିବା ଜଣେ ସାମ୍ବାଦିକଙ୍କ ପାଇଁ ନିଜ ଆଡୁ ସହଯୋଗର ହାତ ବଢ଼ାଇ ସେ ପ୍ରମାଣ କରିଛନ୍ତି ପୁଲିସର ବି ମାନବିକତା ରହିଛି । ଏତିକି ନୁହେଁ ସହଯୋଗର ହାତ ବଢ଼ାଇଲେ ସବୁ କିଛି ସମ୍ଭବ ବୋଲି ମଧ୍ୟ ବାର୍ତା ଦେଇଛନ୍ତି । ତାଙ୍କର ଏଭଳି ସାହାର୍ଯ୍ୟକୁ ସବୁ ସ୍ତରରେ ପ୍ରଶସାଂ କରାଯାଇଛି ।
କେବଳ ଏମାନେ ନୁହଁନ୍ତି ଏମାନଙ୍କ ପରି ବହୁୁତ ଅଫିସର ରହିଛନ୍ତି, ଯେଉଁମାନେ ସର୍ବଦା ସହଯୋଗର ହାତ ବଢ଼ାଇବା ଲାଗି ତୟାର ରହିଛନ୍ତି । ବାସ ଖାଲି ଆମେ ଏସବୁ ବୁଝିବା ଦରକାର, ମନରୁ ଭୁଲ ଧାରଣା ହଟାଇବା ଦରକାର ।