ଭୁବନେଶ୍ୱର,୧୬ା୨(ବ୍ୟୁରୋ): ବଦଳି ଯାଇଥାନ୍ତେ । ଟିକେ ନିର୍ବାଚନ ଟା’ ରହିଗଲା । କିନ୍ତୁ ବିଜେପୁର ନିର୍ବାଚନ ପରେ ବଦଳିବେ ପୁଲିସ କମିଶନର । ନିର୍ଭରଯୋଗ୍ୟ ସୂତ୍ରରୁ ବର୍ତମାନ ଏହି ସୂଚନା ମିଳିଛି । କେବଳ ସେ ଏକା ନୁହନ୍ତି ଗୁଇନ୍ଦା ବିଭାଗର ନିର୍ଦ୍ଦେଶଙ୍କ ମଧ୍ୟ ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ,ପୁଲିସ କମିଶନର ପାହ୍ୟା ଲାଗି ପ୍ରଥମେ ଏଡିଜି ସ୍ତରରେ ଖୋଜାଖୋଜି ହୋଇଥିଲା । କିନ୍ତୁ ଏଥିରେ କେଉଁଠି ନା କେଉଁଠି ବ୍ୟତିକ୍ରମ ରହିଥିବା ଶୁଣିବାକୁ ମିଳୁଛି । ଖାସ୍ ଏଥିପାଇଁ ଏବେ ଜଣେ ଆଇଜି ପାହ୍ୟାର ଅଫିସରଙ୍କୁ କମିଶନର ଗାଦିରେ ବସାଇବା ଲାଗି ଯୋଜନା ଚାଲିଛି । ତେବେ ଏହା କେତଦୂର ଠିକ୍ ତାହା ବିଜେପୁର ନିର୍ବାଚନ ପରେ ସ୍ପଷ୍ଟ ହେବ ।
କିନ୍ତୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ, ନିର୍ବାଚନ ପରେ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହେବାର ସମ୍ଭାବନା ରହିଛି ।