ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଲିସ ଗାଡି ଉପରକୁ ବୋମା ମାଡ଼ । ତାହା ପୁଣି କମିଶନରେଟ ଇଲାକାରେ । ହାଇଟେକ ପୁଲିସକୁ ଦୁର୍ବୃତ୍ତଙ୍କ ଏଭଳି ଚ୍ୟାଲେଞ୍ଜ ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ଘଟଣା ଘଟିଛି କଟକ ସଦର ଥାନା ଅଞ୍ଚଳରେ ।
ରିପୋର୍ଟ କହୁଛି ଜଣେ ଠିକାଦାରଙ୍କୁ କେତେକ ଦୁର୍ବୃତ୍ତ ଦାଦାବଟି ମାଗିଥିଲେ । ଏଥିରେ ଠିକାଦାର ଜଣଙ୍କ ରାଜି ନହେବାରୁ ଦୁର୍ବୃତ୍ତମାନେ ତାଙ୍କୁ ଧମକ ଦେବା ସହ ଘର ଉପରକୁ ବୋମା ମାଡ଼ କରିଥିଲେ । ଠିକାଦାର ଜଣଙ୍କ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇବା ପରେ ପୁଲିସ ବି ସେଠାରେ ପହଞ୍ଚିଥିଲା । ହେଲେ ପୁଲିସ ବି ବର୍ତ୍ତିନଥିଲା । ଦୁର୍ବୃତ୍ତମାନେ ଓଲଟି ପୁଲିସ ଗାଡି ଉପରକୁ ବୋମାମାଡ଼ କରିଥିଲେ । ଯେଉଁଥିରେ ଜଣେ ପୁଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି ।