ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ପୁଣି ବୁଡିଲା ସ୍ମାର୍ଟ ସିଟି । ଆସରାଏ ବର୍ଷାରେ ରାଜଧାନୀରେ ଦେଖାଯାଇଛି ବନ୍ୟା । ରାଜଧାନୀରେ ପ୍ରତିଥର ବର୍ଷା ହେଲେ ଯେପରି ପରିସ୍ଥିତି ସୃଷ୍ଟି ହୁଏ ଆଜି ବି ଅନୁରୂପ ଭାବେ ଦେଖାଦେଇଛି ସେପରି କିଛି ଦୃଶ୍ୟ । ରାସ୍ତାରେ ଜମିଛି ଆଣ୍ଠୁଏ ଉଚ୍ଚର ପାଣି । ଜଳମଗ୍ନ ଆବସ୍ଥାରେ ରାଜଧାନୀର ରାଜରାସ୍ତା। ଏପରିକି ଭୁବନେଶ୍ୱରର ଜାତୀୟ ରାଜପଥ ବି ବାଦ ପଡିନି ବର୍ଷାର ପ୍ରକୋପରୁ । ରାସ୍ତାରେ ଫସି ରହିଛି ବହୁ ଯାନବାହନ । ପାଣିରେ କେଉଁଠି ଅଟୋ ବୁଡି ରହିଛି ତ କେଉଁଠି ବାଇକ ରେ ପାଣି ପସିଯାଇଛି । ଲୋକମାନେ ପାଣି ଯୋଗୁ ରାସ୍ତାରେ ଫସିରହିଛନ୍ତି । ଏପରିକି ଯାତାୟତ ବିଲକୁଲ ଠପ ହୋଇପଡିଛି ରାଜଧାନୀର ବିଭିନ୍ନ ସ୍ଥାନରେ ।
ବର୍ଷା ହେଲେ ଲୋକମାନଙ୍କ ମନରେ ବନ୍ୟାର ଭ୍ରମ ସୃଷ୍ଟି ହେଉଛି । ଥରେ ନୁହେଁ କି ଦୁଇଥର ନୁହେଁ ବହୁଥର ଏପରି ଅସୁବିଧା ଭୋଗୁଛନ୍ତି ରାଜଧାନୀ ବାସୀ । ଜତୀୟ ସ୍ଥରରେ ଏହି ଘଟଣାକୁ ନେଇ ଭୁବନେଶ୍ୱର ନିନ୍ଦିତ ହେବା ପାରେ ବି ଚେତା ପଶିନି ଆମ ବାବୁ ମାନଙ୍କର । ଜଳ ନିଷ୍କାସନ ରାଜଧାନୀର ମୁଖ୍ୟ ସମସ୍ୟା ହୋଇଥିଲେ ହେଁ ଏଯାଏଁ ଭୁବନେଶ୍ୱରରେ ଡ୍ରେନେଜ ର ବ୍ୟବସ୍ଥା କରାଯାଇପାରିଲା ନାହିଁ । ଯାହା ଏବେ ରାଜଧାନୀ ବାସୀଙ୍କ ଚିନ୍ତାର କାରଣ ପାଲଟିଛି ।