ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଜାହିର କରିଛି ପାଣିପାଗ ବିଭାଗ । ସଂନ୍ଧ୍ୟା ଯାଏର୍ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ କେନ୍ଦ୍ର । ଏହାସହ ବର୍ଷା ସହ ଘଡଘଡି ମାରିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।
ସେପଟେ ପୁର୍ବରୁ ଭାରତୀୟ ପାଣିିପାଗ ବିଭାଗ ଭାରତ ଉପରେ ୫ରୁ ଅଧିକ ଘୁର୍ଣ୍ଣିବଳୟର ସମ୍ଭାବନା ରହିଥିବାର ଅନୁମାନ କରିଥିଲା । ଏହାସହ ଓଡିଶା ସମେତ ବିଭିନ୍ନ ରାଜ୍ୟରେ ବର୍ଷା ହେବାର ମଧ୍ୟ ଅନୁମାନ ଜାହିର କରିଥିଲା ଭାରତୀୟ ପାଣିପାଗ ବିଭାଗ । ତେବେ ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟି ହେଉଥିବା ଲଘୁଚାପର ପ୍ରଭାବରେ ରାଜ୍ୟର ଉତ୍ତର ଏବଂ ଉପକୂଳ ଅଞ୍ଚଲରେ ପ୍ରବଳ ବର୍ଷା ହୋଇଥିବା ଜଣାପଡିଛି ।
ସେପଟେ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ବଲାଙ୍ଗିର, କଳାହାଣ୍ଡି, ସମ୍ବଲପୁର, ରାୟଗଡ଼ା, ବରଗଡ଼, ସୁନ୍ଦରଗଡ଼, ନୂଆପଡ଼ା ଓ ସୋନପୁର ଅଞ୍ଚଲରେ ପ୍ରବଳ ବର୍ଷା ହୋଇପାରେ ବୋଲି ଜଣାପଡିଛି । ସେହିପରି ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ ବର୍ଷା ଲଗିରହିଛି ।