ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟର ୨୧ ଟି ଜିଲ୍ଲାକୁ ବର୍ଷା ସମ୍ଭାବନା ରହିଥିବା ଜଣାପଡିଛି । ଏହାସହ କେତେକ ସ୍ଥାନରେ ଘଡଘଡି ମଧ୍ୟ ମାରିବା ନେଇ ସମ୍ଭାବନା ରହିଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରରୁ ଉତ୍ତର-ପୂର୍ବ ଦିଗକୁ ମନସୁନ ଟ୍ରାପ ଜାରି ରହିଥିବାରୁ ଏହା ପ୍ରଭାବରେ ଉତର ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷାଜାରି ରହିଛି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ଉତ୍ତର , ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବ ବୋଲି ଜଣାପଡିଛି ।
ଅନେକ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ବିଶେଷକରି ସୁନ୍ଦରଗଡ, କେନ୍ଦୁଝର ଓ ମୟୁରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଜଣା ପଡିଛି । ସେହିପରି ରାଜ୍ୟର ୨୧ ଜିଲ୍ଲାକୁ ମଧ୍ୟ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି । ଆଜି ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୁଳ , ଦେବଗଡ, ସମ୍ବଲପୁର, ଝାରୁସୁଗୁଡା, କଳାହାଣ୍ଡି, କନ୍ଧମାଳ ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା, କଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଚେତାବନୀ ଦିଆଯାଇଛି