ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଆଜି ହେଉଛି ପହିଲି ରଜ । କେବଳ ଭୁବନେଶ୍ୱର ନୁହେଁ ପୂରା ଓଡିଶା ଆଜି ଉତ୍ସବମୁଖର । ସବୁଆଡେ ରଜର ଝଲକ । ଚାରିଆଡେ ପିଠା ପଣାର ମହକ । ଖାସ କରି ରଜ ଲାଗି ଝିଅମାନଙ୍କ ଖୁସି କହିଲେ ନସରେ । ଗତକାଲି ସଜବାଜ ଥିଲା ।
ଝିମଆନେ ଅଳତା, କୁଙ୍କୁମ, ମେହେନ୍ଦି ହାତରେ ଲଗାଇ ସଜ ହୋଇଥିଲେ । ନୂଆ ଡ୍ରେସ ପିନ୍ଧି ବିଭିନ୍ନ ସ୍ଥାନରେ ଝିଅମାନେ ଦୋଳି ଖେଳୁଥିବା ନଜରକୁ ଆସିଛି । ଏହାବାଦ ପାନ ଖାଇ ରଜ ଉତ୍ସବର ବେଶ ମଜା ଉଠାଉଛନ୍ତି । କେବଳ ଝିଅମାନେ ନୁହଁନ୍ତି ପୁରୁଷମମାନେ ବି କିଛି କମ ନାହାନ୍ତି । ତାସ ଓ ଲୁଡୁ ଖେଳର ଆସର ଛକ ଛକରେ ଜମିଛି । ପିଠା ଓ ପାନ ଖାଇବା ସହ ବିଭିନ୍ନ ସ୍ଥାନ ବୁଲି ମଉଜ କରୁଛନ୍ତି ସମସ୍ତେ । ରଜରେ ପାନର ଚାହିଦା ଟିକେ ଅଧିକ ଥିବାରୁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ପାନ ଦୋକାନ ଖୋଲଯାଇଛି ।