ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ଥାନା ଭିତରୁ ଚୋରି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଏକ ଘଟଣା ଏବେ ବ୍ରହ୍ମପୁରରେ ଚର୍ଚ୍ଚାର ବିଷୟ ହୋଇଛି । ରମ୍ଭା ଥାନା ମାଲାଖାନାରୁ ଗାଏବ ହୋଇଯାଇଛି ୧ଲକ୍ଷ ୪୬ହଜାର ଟଙ୍କା । ତେବେ କିଏ ଓ କେମିତି ଆଉ କେତେବେଳେ ଏହି ଚୂନ ଲଗାଇଛି ତାହା ଏଯାବତ ଜଣାପଡିନାହିଁ । ସେପଟେ ଦୁଇଜଣ ବରିଷ୍ଠ ଅଧିକାରୀ ଏନେଇ ଘଟଣାର ଖୋଳତାଡ ଆରମ୍ଭ କରିଛନ୍ତି । ପୂରା ଘଟଣା ପଛରେ ଜଣେ ଏଏସଆଇଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଗତ ୨୫ତାରିଖରେ ଏହି ଘଟଣା ଘଟିଥିବା ଜଣାପଡିଛି । ଏନେଇ କେସ ନମ୍ବର ୧୧୧/୧୮ରେ ଏକ ମାମଲା ରୁଜୁ ହୋଇଛି ।
ମିଳିଥିବା ରିପୋର୍ଟ ଅନୁସାରେ, ମାଲାଖାନାରେ ଥିବା ଏକ ଆଲମାରୀରେ ରହିଥିଲା ଜବତ ଟଙ୍କା ଓ ସୁନା । ତେବେ କୌଣସି କାମରେ ଗତ ୨୫ତାରିଖ ଦିନ ଥାନା ଅଧିକାରୀ ଆଲମାରୀ ଖୋଲି ଦେଖିବା ବେଳକୁ ସେଥିରୁ ଟଙ୍କା ଗାଏବ ହୋଇଯାଇଥିଲା । ସବୁଠୁ ବଡ଼ କଥା ହେଉଛି ଟଙ୍କା ଗାଏବ ହୋଇଥିବା ବେଳେ ସୁନା ଯେମିତି ଥିଲା ସେମିତି ରହିଥିଲା । ରିପୋର୍ଟ କହୁଛି ୯୮ଟି ୨ହଜାର ଟଙ୍କିଆ ନୋଟ ଓ ୧୦୦ଟି ୫ଶହ ଟଙ୍କିଆ ନୋଟ ଆଲମାରୀରୁ ଗାଏବ ରହିଛି । ଯେଉଁଠି ଆଲମାରୀର ଚାବି ଥିଲା ତାକୁ କେବଳ ଜଣେ ଏଏସଆଇ ହିଁ ଜାଣିଥିଲେ । ତେଣୁ ସନ୍ଦେହ କରାଯାଉଛି ଘଟଣା ପଛରେ ସମ୍ପୃକ୍ତ ଏଏସଆଇଙ୍କ ହାତ ରହିଛି । ସେପଟେ ଥାନାରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ବରିଷ୍ଠ ଅଧିକାରୀମାନେ ଯାଞ୍ଚ କରିଛନ୍ତି । ତେବେ ଲାଇନ ଯିବା ପରେ ଅତି ଚାଲାକର ସହ ଏହି ଲୁଟ ହୋଇଥିବା ପୁଲିସ ଜାଣିବାକୁ ପାଇଛି ।
ଏନେଇ ଥାନା ଅଧିକାରୀଙ୍କ ଅଭିଯୋଗକୁ ଭିତ୍ତି କରି ବରିଷ୍ଠ ଅଧିକାରୀମାନେ ଘଟଣାର ଖୋଳତାଡ ଆରମ୍ଭ କରିଛନ୍ତି । ଘଟଣାରେ ଜଣେ ଏଏସଆଇଙ୍କୁ ହେଡକ୍ୱାଟରକୁ ବଦଳି କରାଯାଇଛି । ଖୁବ ଶୀଘ୍ର ଘଟଣା ଉପରୁ ପରଦା ହଟିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ, ଖୁବ ଶୀଘ୍ର ଥାନାର ଜଣେ କନଷ୍ଟେବଳଙ୍କ