ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ଆଉ ଏକ ମନ୍ଦିର ପୂଜକଙ୍କ କେଳଙ୍କାରୀ ସାମ୍ନାକୁ ଆସିଛି । ଜଣେ କି’ ଦୁଇଜଣ ନୁହେଁ ୧୨୦ଜଣ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଭଳି ସଂଗିନ ଅଭିଯୋଗ ରହିଛି ତାଙ୍କ ନାଁରେ । ଅଭିଯୋଗ ପାଇବା ପରେ ପୁଲିସ କେଳଙ୍କାରୀ ପୂଜକଙ୍କୁ ଗିରଫ କରିଛି । ସବୁଠୁ ବଡ଼କଥା ହେଉଛି ଗିରଫ ପରେ ପୂଜକଙ୍କ ଘରୁ ବହୁ ଆପତ୍ତିଜନକ ସାମଗ୍ରୀ ସହ ବହୁ ଅଶ୍ଳିଳ ଭିଡିଓ ଜବତ ହୋଇଛି । ଗିରଫ ପୂଜକଙ୍କ ନାଁ ଅମରପୁରୀ, ବୟସ ୬୦ । ବିଲ୍ଲୁ ନାଁରେ ସେ ଆଖପାଖ ଅଞ୍ଚଳରେ ବେଶ ଜଣାଶୁଣା ।
ପୁଲିସ ରିପୋର୍ଟ ଅନୁସାରେ, ସେ ୧୨୦ଜଣ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି । କେବଳ ଏତିକି ନୁହେଁ ଦୁଷ୍କର୍ମ ପରେ ଅତି ଚାଲାକର ସହ ବିଲ୍ଲୁ ସେସବୁକୁ ଭିଡ଼ିଓ କରି ରଖୁଥିଲେ । ପରେ ସେହି ଭିଡିଓ ଦେଖାଇ ବ୍ଲାକମେଲିଂ କରିବା ସହ ଲଗାତାର ଭାବେ କୁକର୍ମ କରୁଥିଲେ । ତେବେ ଏନେଇ ଅଭିଯୋଗ ଉଠିବା ପରେ ପୁଲିସ ପୂଜକ ଅମରପୁରୀ ଓରଫ ବିଲ୍ଲୁକୁ ଗିରଫ କରିଛି । ସେପଟେ ଏଥିରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ତାଙ୍କୁ ଫସାଯାଉଥିବା ବିଲୁ କହିଛନ୍ତି । ପୁଲିସ ପୂରା ଘଟଣାର ତଦନ୍ତ କରୁଛି ।