ବାଲେଶ୍ୱର,(ଏଟିଆର ବ୍ୟୁରୋ) : ପୁଣି ଆଉ ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ । ତାହା ପୁଣି ନିଶା ଔଷଧ ଦେଇ । ଏଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ସୋର ଅଞ୍ଚଳରେ । ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି । ତାକୁ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଅଭିଯୁକ୍ତ ଜଣକ ହେଉଛି ଦିଗଭଅଁରା ଗାଁର କାହ୍ନୁଚରଣ ଜେନା ।
ରିପୋର୍ଟ ଅନୁସାରେ, ଗତ ୨୮ ତାରିଖ ଦିନ ଛାତ୍ରୀ ଜଣଙ୍କ କଲେଜ ଯାଇଥିଲେ । ତେବେ ସେହି ସମୟରେ କାହ୍ନୁଚରଣ ତାଙ୍କୁ ଘରକୁ ଡାକି ନେଇଥିଲେ । ଏହାପରେ କବାଟ ବନ୍ଦ କରି ତାଙ୍କ ସହ ଦୁଷ୍କର୍ମ କରିଥିବା ଛାତ୍ରୀ ଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ସେପଟେ ଏନେଇ ଗାଁରେ ମଧ୍ୟ ଏକ ବୈଠକ ବସିଥିଲା । ମାତ୍ର କୌଣସି ସୁଫଳ ନମିଳିବାରୁ ଶେଷରେ ମାମଲା ଥାନାରେ ପହଞ୍ଚିଛି ।