ରାୟଗଡ଼ା,(ଏଟିଆର ବ୍ୟୁରୋ): ଢ଼େରଦିନ ହେବ ଲୁଚା ଛପାରେ ଚାଲିଥିବା ଏକ ସେକ୍ସ ର୍ୟାକେଟକୁ ଠାବ କରିଛି ଗୁଣପୁର ପୁଲିସ । ଶେଖରନଗରରେ ଥିବା ଏକ ଭଡ଼ା ଘରେ ସେକ୍ସ ର୍ୟାକେଟ ଚାଲିଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇଥିଲା ପୁଲିସ । ଆଜି ଉଚିତ ପ୍ରମାଣ ମିଳିବା ପରେ ଅଚାନକ ଚଢ଼ାଉ ଘର ଚଢ଼ାଉ ହୋଇଥିଲା ।
ଚଢ଼ାଉରେ ୪ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଗିରଫଙ୍କ ମଧ୍ୟରେ ୨ଜଣ ପୁରୁଷ ଅଛନ୍ତି । ସେମାନେ ହେଲେ ସୁନିଲ ରେଡ୍ଡୀ ଓ ମାନସ ସାହୁ । ଉଭୟ ବାହାରୁ ଯୁବତୀଙ୍କୁ ଆଣି ଏହି କୁତ୍ସିତ କାରବାର ଚଲାଇଥିବା ଜାଣିବାକୁ ପାଇଛି ପୁଲିସ । କେବଳ ଏତିକି ନୁହେଁ ଚଢ଼ାଉ ହୋଇଥିବା ଘରୁ ପୁଲିସ ୩ଟି ମୋବାଇଲ, ନଗଦ ୫ହଜାର ୬ଶହ ଟଙ୍କା ସମେତ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ।