ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଢ଼େରଦିନ ହେବ ଚାଲିଥିବା ଏକ ସେକ୍ସ ରାକେଟକୁ ଶେଷରେ ଠାବ କରିଛି କମିଶନରେଟ ପୁଲିସ । ନୟାପଲ୍ଲୀ ଏନ/୪ ଅଞ୍ଚଳରେ ଚାଲିଥିବା ଏହି କାରବାର ସମ୍ପର୍କରେ ଆଭାସ ମିଳିବା ପରେ ବୁଧବାର ଅଚାନକ ଚଢ଼ାଉ କରିଥିଲା ପୁଲିସ । ଘଟଣାସ୍ଥଳରୁ ୩ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ସେପଟେ ଘଟଣାରେ ୫ଜଣ ଗ୍ରାହକଙ୍କୁ ମଧ୍ୟ ପୁଲିସ ଗିରଫ କରିଛି ।
ରିପୋର୍ଟ ଅନୁସାରେ, ଏନ/୪ ଅଞ୍ଚଳରେ ରହିଛି ପ୍ରଭାତି ଗେଷ୍ଟ ହାଉସ । ସେଠାରେ ସେକ୍ସ ରାକେଟ ଚାଲିଥିବା ନେଇ ଅଭିଯୋଗ ହୋଇଥିଲା । ଏହାର ସୁରାକ ମିଳିବା ପରେ ଆଜି ପୁଲିସ ଅଚାନକ ଚଢ଼ାଉ କରିଛି । ଗେଷ୍ଟ ହାଉସ ଭିତରୁ ବହୁ ଆପତ୍ତି ଜନକ ସାମଗ୍ରୀ ଜବତ ହୋଇଛି । ସୂଚନାଯୋଗ୍ୟ, କିଛିଦିନ ତଳେ କ୍ୟାପିଟାଲ ଥାନା ଅନ୍ତର୍ଗତ ରଙ୍ଗିଲା ବାରରେ ମଧ୍ୟ ସେକ୍ସ ରାକେଟ ଠାବ ହୋଇଥିଲା ।