ଭୁବନେଶ୍ୱର: କିଛି ସମୟ ପାଇଁ ହଜିଯିବ ଛାଇ ।ହେଲେ ଏହା ସମ୍ପୁର୍ଣ୍ଣ ଠିକ ସୋମବାର ୪-୫ ମିନିଟ୍ ପାଇଁ ଛାଇ ହଜିଯିବ । ଭୁବନେଶ୍ୱରରେ ଦିନ ୧୧ଟା ୪୩ରେ ଛାଇ ଉଭେଇଯିବ। ଏହି ସମୟରେ ସୂର୍ଯ୍ୟ ଠିକ ମୁଣ୍ଡ ଉପରେ ରହିବ ଏବଂ ଯେକୌଣସି ଲମ୍ବ ଆକାରର ବସ୍ତୁର ମଧ୍ୟ ଛାଇ ଆଦୌ ଦେଖାଯିବ ନାହିଁ । ଏହି ଘଟଣାକୁ ଜ୍ୟୋତିର୍ବିଜ୍ଞାନୀ ମାନେ ଶୂନ୍ୟ ଛାୟା ଦିବସ ଭାବେ ନାମିତ କରିଛନ୍ତି ।
ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ୍ରେ ଦିନ ୧୧ଟାରୁ ୧୨ଟା ଯାଏଁ ଶୂନ୍ୟ ଛାୟା ଦେଖିବାର ବ୍ୟବସ୍ଥା କରାଯାଇଛି। ସେହିପରି କଟକରେ ମେ ୨୨, ବୁର୍ଲାରେ ୨୮ ତାରିଖରେ ଶୂନ୍ୟ ଛାୟା ଦୃଶ୍ୟମାନ ହେବ। ଏହି ଘଟଣା ଏପ୍ରିଲରୁ ଜୁନ୍ ଓ ଜୁନ୍ ଅଗଷ୍ଟ ମଧ୍ୟରେ ବର୍ଷକୁ ୨ଥର ଘଟିଥାଏ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍ର ଉପ-ନିର୍ଦ୍ଦେଶକ କହିଛନ୍ତି।