ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ମିଥ୍ୟା ଓ ଆପତ୍ତିଜନକ ଖବର ପ୍ରସାରଣକୁ ରୋକିବ ସୋସିଆଲ ମିଡିଆ । ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ କଡା ଆଭିମୁଖ୍ୟ ଗ୍ରହଣ କରିବ ନିର୍ବାଚନ କମିଶନ । ବିଭିନ୍ନ ସୋସିଆଲ ମିଡିଆ ସହ ମିଶି ମିଥ୍ୟା ଓ ଆପତ୍ତିଜନକ ଖବରକୁ ରୋକିବ ନିର୍ବାଚନ କମିଶନ । ଆଉ ନିର୍ବାଚନ କମିଶନ ସହ ହାତ ମିଳାଇଛି ଫେସବୁକ , ଟ୍ୱିଟର, ଏବଂ ଗୁଗଲ ।
ଦେଶରେ ବହୁଳ ମାତ୍ରାରେ ବ୍ୟବହାର ହେଉଥିବା ଫେସବୁକ , ଟ୍ୱିଟର, ଏବଂ ଗୁଗଲରେ ଆଜି କାଲି ବିଭିନ୍ନ ମିଥ୍ୟା ଓ ଆପତ୍ତିଜନକ ଖବର ପ୍ରସାରଣ ହେଉଥିବା ବେଳେ ଏହାକୁ ରୋକିବା ଲାଗି ନିର୍ବାଚନ କମିଶନକୁ ନାକେଦମ ହେବାକୁ ପଡିଛି । ତେବେ ଏହି ତିନି ସୋସିଆଲ ମିଡିଆ ଭୋଟ ଗ୍ରହଣର ୪୮ ଘଣ୍ଟା ପୂର୍ବରୁ ସମସ୍ତ ପ୍ରକାରର ପ୍ରଚାର କାର୍ୟ୍ୟକୁ ବନ୍ଦ ରଖିବେ । ଏହାସହ କୌଣସି ରାଜନୈତିକ ଦଳର ବିଜ୍ଞାପନ କିମ୍ବା ବିଜ୍ଞାପନ କରୁଥିବା କୌଣସି ପ୍ରକାରର ଖବରର ପ୍ରସାରଣ କରିବେ ନାହିଁ ବୋଲି ମଧ୍ୟ ଆଜି ନିଷ୍ପତ୍ତି ନେଇଛନ୍ତି ।
ଆଜି ନିର୍ବାଚନ କମିଶନଙ୍କୁ ଦୃଢ ପ୍ରତିଶୃତି ଦେଇଛନ୍ତି ଫେସବୁକ , ଟ୍ୱିଟର, ଏବଂ ଗୁଗଲ । ଏହି ତିନି ସୋସିଆଲ ମିଡିଆ ମିଥ୍ୟା ଓ ଆପତ୍ତିଜନକ ଖବରକୁ ରୋକିବେ ବୋଲି କହିଛନ୍ତି । ମିଥ୍ୟା ଓ ଆପତ୍ତିଜନକ ଖବରକୁ ରୋକିବା ପାଇଁ ଫେସବୁକ , ଟ୍ୱିଟର, ଏବଂ ଗୁଗଲ ସେନସରର ସାହାର୍ଯ୍ୟ ନେବେ ବୋଲି ଜଣା ପଡିଛି । ଘୁରି ବୁଲୁଥିବା ମିଥ୍ୟା ଖବରକୁ ଏହି ସେନସର ସଂଗେ ସଂଗେ ଧରିନେବ ଯାହାଦ୍ୱାରା ସେଗୁଡିକକୁ ପ୍ରସାରଣ କରିବା ମଧ୍ୟ ବନ୍ଦ କରାଯାଇପାରିବ ।
ଆବଶ୍ୟକସ୍ଥଳେ ସେ ସବୁ ମିଥ୍ୟା ଓ ଆପତ୍ତିଜନକ ଖବରକୁ ନିର୍ବାଚନ କମିଶନଙ୍କ ପାଖରେ ମଧ୍ୟ ପହଞ୍ଚାଯାଇପାରିବ । ସେପଟେ ଭୋଟଗ୍ରହଣର ୪୮ ଘଣ୍ଟା ପୂର୍ବରୁ ସମସ୍ତ ରାଜନୈତିକ ଦଳର ସୋସିଆଲ ମିଡିଆରେ ବିଜ୍ଞାପନ ପ୍ରସାରଣକୁ ମଧ୍ୟ ବନ୍ଦ ରଖାଯିବ ବୋଲି ଜଣାପଡିଛି । ।ଯାହା ଦ୍ୱାରା ଭୋଟର ମାନେ ଆଉ ପ୍ରଭାବିତ ହୋଇ ପାରିବେ ନାର୍ହି ।