ଭୁବନେଶ୍ୱର,(ଏଟିଆରବ୍ୟୁରୋ): ବଲିଉଡର ଚାନ୍ଦନୀ ତଥା ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁର ଅସଲ କାରଣ ସାମ୍ନାକୁ ଆସିଛି । ହୃଦଘାତ ନୁହେଁ ବରଂ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଛି । ଏହି ରିପୋର୍ଟ ଦେଇଛି ଦୁବାଇ ଫରେନ୍ସିକ ଟିମ ।
ରିପୋର୍ଟ ଅନୁଯାୟୀ, ଶ୍ରୀଦେବୀ ବାଥରୁମକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ସେ ଭାରସାମ୍ୟ ହରାଇ ବାଥଟବରେ ପଡ଼ି ଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ସେ ମଦ ପିଇଥିବାରୁ ଏଭଳି ଭାରସାମ୍ୟ ହରାଇ ପାଣିଟପରେ ପଡ଼ି ଯାଇଥିଲେ ବୋଲି ମଧ୍ୟ ରିପୋର୍ଟରେ କୁହାଯାଇଛି ବୋଲି କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଦୁବାଇ ପୁଲିସ୍ ତା’ର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଉଲ୍ଲେଖ କରିଛି ଯେ, ବର୍ତ୍ତମାନ ମାମଲାକୁ ଦୁବାଇ ପବ୍ଲିକ ପ୍ରସ୍ୟୁକେସନ୍କୁ ପଠାଇ ଦିଆଯାଇଛି ।ଏଭଳି ମାମଲାରେ ଏହି ସଂସ୍ଥା ଯେଉଁଭଳି ମାମଲାର ଆଇନଗତ ଦିଗଗୁଡ଼ିକୁ ତର୍ଜମା କରୁଥିଲା, ଏହି ମାମଲାରେ ମଧ୍ୟ ଅନୁରୂପ ତର୍ଜମା କରାଯିବ ।
ଶ୍ରୀଦେବୀଙ୍କ ଶବ ବ୍ୟବଚ୍ଛେଦ ପରେ ଦୁବାଇ ପୁଲିସ୍ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ଅଭିନେତ୍ରୀ ଶ୍ରୀଦେବୀ ବୋନି କପୁର ଆୟାପ୍ପନ ନିଜ ଆପାର୍ଟମେଣ୍ଟରେ ଥିବା ବାଥଟବରେ ପଡ଼ି ଯାଇ ପ୍ରାଣ ହରାଇଛନ୍ତି । ତେବେ ସେ କେମିତି ଭାରସାମ୍ୟ ହରାଇ ପଡ଼ିଲେ, ସେ ନେଇ ଦୁବାଇ ପୁଲିସ୍ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ତେବେ ଶ୍ରୀଦେବୀ ବାଥରୁମକୁ ଯିବା ପୂର୍ବରୁ ପ୍ରବଳ ମଦ୍ୟ ପାନ କରିଥିଲେ? ବୋଲି ଦୁବାଇର କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଅତ୍ୟଧିକ ମଦ୍ୟପାନ ଯୋଗୁ ଶ୍ରୀ ବାଥଟବ ମଧ୍ୟରେ ମୁହଁମାଡ଼ି ପଡ଼ି ଯାଇଥିଲେ । ସେଠାରେ ହିଁ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । କିନ୍ତୁ ବିଧିବଦ୍ଧ ଭାବେ ଏନେଇ କୌଣସି ଘୋଷଣା ହୋଇନାହିଁ । ଦୁବାଇ ପୁଲିସ୍ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି । ଅନ୍ୟପକ୍ଷରେ ମୁମ୍ବାଇରେ ତାଙ୍କ ପାର୍ଥିବ ଶରୀର କେତେବେଳେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବ, ତାକୁ ନେଇ ପ୍ରିୟଜନମାନେ ଚାହିଁ ରହିଛନ୍ତି । ବଲିଉଡ୍ ଅଭିନେତା ଅନୀଲ କପୁରଙ୍କ ଘରେ ପରିବାର ଲୋକଙ୍କ ସହ ଅନେକ ସାଥୀ କଳାକାର ଶ୍ରୀଙ୍କ ଶେଷ ଦର୍ଶନ ପାଇଁ ଅପେକ୍ଷା କରି ରହିଛନ୍ତି ।
ୟୁଏଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନଭଦୀପ ସୁରି କହିଛନ୍ତି, ଶ୍ରୀଦେବୀଙ୍କ ପାର୍ଥିବ ଶରୀର ଯେତେଶୀଘ୍ର ସମ୍ଭବ ଭାରତ ପଠାଇବାକୁ ଆମେ ଚେଷ୍ଟା କରୁଛୁ । ଏନେଇ ଆମେ ଦୁବାଇର ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରୁଛୁ ବୋଲି ସେ କହିଛନ୍ତି । ରିପୋର୍ଟ ଲେଖା ହେବା ଯାଏ, ମୁମ୍ବାଇରେ ଶ୍ରୀଙ୍କ ପାର୍ଥିବ ଶରୀର ମୁମ୍ବାଇ ଫେରିନାହିଁ । ବଲିଉଡ୍ ଇଣ୍ଡଷ୍ଟ୍ରୀର ପ୍ରଥମ ମହିଳା ସୁପରଷ୍ଟାରର ମାନ୍ୟତା ପାଇଥିବା ୫୪ ବର୍ଷୀୟ ଶ୍ରୀଦେବୀ ଦୁବାଇର ଏକ ହୋଟେଲରେ ଶନିବାର ବିଳମ୍ବିତ ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।
ଶ୍ରୀଦେବୀଙ୍କ ଏଭଳି ଅପ୍ରତ୍ୟାଶିତ ମୃତ୍ୟୁରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି । ମାତ୍ର ୪ ବର୍ଷ ବୟସରେ ଶିଶୁ କଳାକାର ଭାବେ ରଙ୍ଗିନ ପରଦାରେ ପାଦ ଦେଇଥିବା ଶ୍ରୀ ୫୦ ବର୍ଷ ଧରି ସିନେମା ଜଗତରେ ସକ୍ରିୟ ଥିଲେ । ୩୦୦ରୁ ଉଦ୍ଧ୍ୱର୍ ସିନେମାରେ ଅଭିନୟ କରି ଶ୍ରୀଦେବୀ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି ।
unfold
What’s սp to all, it’s genuinely a nice for me to visit
tһis website, it contains vаluable Information.