ବ୍ରହ୍ମପୁର(ଏଟିଆର ବ୍ୟୁରୋ): ସେମାନେ କୌଣଷି ପେସାଦାର କାରିଗର ନୁହନ୍ତି କିନ୍ତୁ ସେମାନଙ୍କ କିଛି ନୂଆ କରିବାର ଚେଷ୍ଟା ଆଜି ସେମାନଙ୍କୁ ଆଣିଦେଇଛି ସ୍ୱତନ୍ତ୍ର ପରିଚୟ, ମିଳିଛି ଜାତୀୟ ସମ୍ମାନ ।
ବ୍ରହ୍ମପୁର ଆଇଆଇଟିର ଛାତ୍ରଛାତ୍ରୀ ମାନେ କେବଳ ବର୍ଜ୍ୟବସ୍ତୁକୁ ବ୍ୟବହାର କରି, ନିଜ କଲେଜ କ୍ୟାମ୍ପସରେ ଆଶ୍ଚର୍ଯ୍ୟ ଜନକ କଳାକୃତି ମାନ ତିଆରି କରିଛନ୍ତି । ଏ ପର୍ଯ୍ୟନ୍ତ ଗୀଟାର, ରୋବର୍ଟ, ହେଲିକପ୍ଟର, ଜିରାଫ, ଝିଟିପିଟି, ହରିଣ, ମାଛ ଭଳି ଅନେକ ବିଶାଳକାୟ କଳାକୃତି ତିଆରି କରିଛନ୍ତି ।
ତେବେ ବ୍ରହ୍ମପୁର ସ୍ଥିତ ସରକାରୀ ଆଇଆଇଟି ପରିସରଟି ସଂଧ୍ୟାବେଳେ ଏକ ନିଆରା ଆଲୋକ ମାଳାରେ ସଜେଇ ହଉଛି । ଏବେ ସଂଧ୍ୟାବେଳେ ଏହି ଆଇଆଇଟି ପରିସରଟି ଏକ ପାର୍କର ଭ୍ରମ ସୃଷ୍ଟି କରୁଛି । କାରଣ ପିଲାମାନଙ୍କ ଦ୍ୱାରା ନିର୍ମିତ ବିଭିନ୍ନ କଳାକୃତିକୁ ଭିନ୍ନ ଭିନ୍ନ ଏଲଇଡି ଲାଇଟରେ ସଜାଯାଇଛି, ଯାହା ପୁରା ପରିବେଶକୁ ବଦଳାଇ ଦେଉଛି ।
ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିିିତ କଳାକୃତି ସବୁ ବେଶ ସୁନ୍ଦର ଓ ଆର୍କଷଣୀୟ ହୋଇଛି । ଗତ କିଛି ଦିନ ତଳେ ଏହି ଅନୁଷ୍ଠାନର, ଫିଟର ଟ୍ରେଡର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ତିଆରି ୩୨ଫୁଟ ଉଚ୍ଚ ଓ ୧୨ଫୁଟ ଓସାରର ଏକ ଜିରାଫ ଇଣ୍ଡିଆ ବୁକ ଅଫ ରେକର୍ଡସ୍ରେ ସ୍ଥାନ ପାଇଛି ।
ସେହିଭଳି ଆଇଆଇଟି ପରିସରରେ ଏକ ସୁଉଚ୍ଚ ଗୀଟାର ମଧ୍ୟ ଶୋଭା ପାଉଛି ଯାହା ଏସିଆ ବୁକ ଅଫ ରେକର୍ଡସ୍ରେ ସ୍ଥାନ ପାଇଛି । ଖାଲି ଜିରାଫ ଆଉ ଗୀଟାର ନୁହେଁ ଅନ୍ୟ ସମସ୍ଥ କଳାକୃତି ସ୍ଥାନୀୟ ଲୋକଙ୍କୁ ବେଶ୍ ଆକୃଷ୍ଟ କରୁଛି ।