ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନବଦିଗନ୍ତ ଚିଟ୍ ଫଣ୍ଡ ଠକେଇ ମାମଲରେ ଗିରଫ ହୋଇଥିବା ସାଂସଦ ରାମଚନ୍ଦ ହାଁସଦଙ୍କୁ ଆଜି ଜାମିନ ମିଳିଛି । ରାମଚନ୍ଦ୍ରଙ୍କର ଏହି ଜାମିନକୁ ସିୁପ୍ରିମ୍ କୋର୍ଟ ଦ୍ୱାରା ମଞ୍ଜୁର କରାଯାଇଛି ବୋଲି ତାଙ୍କ ଓକିଲଙ୍କ ସୂତ୍ରରୁ ଜଣାପଡିଛି ।
ଖବରମୁତାବକ, ୨୦୧୪ ମସିହା ନଭେମ୍ବର ୪ ତାରିଖରେ ନବଦିଗନ୍ତ ଚିଟ୍ ଫଣ୍ଡ ଠକେଇ ଅଭିଯୋଗରେ ସିବିଆଇ ରାମଚନ୍ଦ୍ରଙ୍କୁ ଗିରଫ କରିଥିଲା । ଓଡିଶା ହାଇକୋର୍ଟରେ ତାଙ୍କର ଜାମିନ୍ ଖାରଜ ହେବା ପରେ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।