ପାରଳାଖେମୁଣ୍ଡି,(ଏଟିଆର ବ୍ୟୁରୋ): ଛାତ୍ରଛାତ୍ରୀଙ୍କୁ ସାଧାରଣତଃ ଶିକ୍ଷକମାନେ ପାଠ ପଢ଼ାନ୍ତି । କିନ୍ତୁ ଜଣେ ଜିଲ୍ଲାପାଳ ପିଲାଙ୍କୁ ଭୁଗୋଳ ପାଠ ପଢ଼ାଇ ଏବେ ଚର୍ଚ୍ଚାରେ । କଥାଟା ଅଜବ ଲାଗୁଥିôଲେ ବି ଏମିତି ଏକ ଘଟଣା ନଜରକୁ ଆସିଛି ପାରଳାଖେମୁଣ୍ଡି ଅଞ୍ଚଳରେ । ଜିଲ୍ଲାପାଳ ଅନୁପମ ଶାହା ମହେନ୍ଦ୍ରଗିରି ପୌରପାଳିକା ଉଚ୍ଚବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଛନ୍ତି ।
ଶୁକ୍ରବାର ସ୍କୁଲକୁ ଯାଇ ନବମ ଶେଣ୍ରୀ ପିଲାଙ୍କୁ ଜିଲ୍ଲାପାଳ ଭୁଗୋଳ ପଢ଼ାଇଥିଲେ । ଏହାକୁ ନେଇ ଛାତ୍ରଛାତ୍ରୀ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । ତେବେ ଏନେଇ ଜିଲ୍ଲାପାଳ କହିଛନ୍ତି, ଗତବର୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋ ସ୍କୁଲ ଅଭିଯାନ ଆରମ୍ଭ କରିଥିଲେ । ତେବେ ମୋ ସ୍କୁଲ ଆନୁକୁଲ୍ୟରେ ଆମେ ଟିଚ ଗଜପତି ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ଯେଉଁଥିରେ ସ୍ୱେଚ୍ଛାକୃତ ଭାବେ ଯିଏ ଶିକ୍ଷକତା କରିବାକୁ ଚାହୁଁଥିବେ ସେମାନେ କରିପାରିବେ । ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ସବୁ ସ୍ତରରେ ପ୍ରଶଂସା କରାଯାଇଛି ।