ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଓଡିଶାରେ ମିଳିଲା ମହାବଳ ବାଘର ସନ୍ଧାନ । ରାଜ୍ୟର ମୋଟ ତିନୋଟି ସ୍ଥାନରେ ମହାବଳ ବାଘ ଥିବା ଜଣା ପଡିଛି । ବନବିଭାଗ ପକ୍ଷରୁ ଲଗାଯାଇଥିବା କ୍ୟାମେରାରେ ମହାବଳ ବାଘ ନଜର ଆସିବାରୁ ରାଜ୍ୟରେ ମହାବଳ ବାଘ ଥିବା ନେଇ ସ୍ପଷ୍ଟ ହୋଇଯାଇଛି । ଏନେଇ ଆଜିି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି ।
ଏ ସବୁ ସ୍ଥାନ ମାନଙ୍କ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାର ହେମଗିରି ଜଙ୍ଗଲରେ ମହାବଳ ବାଘ ଠାବ ହୋଇଥିବା ବେଳେ ହୀତାକୁଦର ଦେବ୍ରିଗଡ ଅଭୟାରଣ୍ୟରେ ବାଘର ସନ୍ଧାନ ମିଳିଛି । ସେହିପରି ରାୟଗଡା ଜିଲ୍ଲା ମୁନିଗୁଡାଠାରେ ମଧ୍ୟ ମହାବଳ ବାଘର ସନ୍ଧାନ ମିଳିସାରିଛି । ସେପଟେ ପୁର୍ବରୁ ଏହି ସବୁ ସ୍ଥାନ ମାନଙ୍କରେ ମହାବଳ ବାଘ ଥିବା ସନ୍ଦେହ କରିଥିଲା ବନ ବିଭାଗ ।
ହେମଗିରି ଜଙ୍ଗଲ , ଦେବ୍ରିଗଡ ଅଭୟାରଣ୍ୟ ଓ ମୁନିଗୁଡାରେ ବାଘର ସନ୍ଧାନ ପାଇଁ ବନ ବିଭାଗ ପକ୍ଷରୁ ପୁର୍ବରୁ କ୍ୟାମେରା ଲଗାଯାଇଥିଲା । ତେବେ ସେ ସବୁ କ୍ୟାମେରାରେ ମହାବଳର ଫୋଟୋ ରେକଡିଂ ହୋଇଛି । ଯାହାଦ୍ୱାର ଏହି ସବୁ ସ୍ଥାନ ମାନଙ୍କରେ ବାଘ ଥିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ବୋଲି ମନ୍ତ୍ରୀ ବିଜଶ୍ରୀ ରାଉତରାୟ ଜଣାଇଛନ୍ତି ।